fbpx

ରାଜଧାନୀରେ ଗାଡିରୁ ଚୋରି ହେଲା ବନ୍ଧୁକ: ଫେସବୁକ ସାହାଯ୍ୟରେ ଧରାପଡିଲା ଚୋର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ବନ୍ଧୁକ ଚୋର । ଗାଡି ମଧ୍ୟରୁ ବନ୍ଧୁକ ଚୋରି ହୋଇଥିବା ବେଳେ ସୋସିଆଲ ମିଡିଆ ସାହାଯ୍ୟରେ ଧରାପଡିଛି ଚୋର । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇଁ ବନ୍ଧୁକ ଚୋରି କରିଥିବା ବେଳେ ବର୍ତ୍ତମାନ ପୋଲିସ ହାତରେ ଗିରଫ ହୋଇଛି ୨୦ ବର୍ଷୀୟ ଯୁବକ ରାହୁଲ ଜେନା ।

ବିଜେବି ନଗର ବାସିନ୍ଦା ସମ୍ବିତ ପାଢୀ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସହିତ ଯାଉଥିବା ବେଳେ ନିଜ ଗାଡିରୁ ମାତ୍ର କିଛି ସମୟ ପାଇଁ ଓହ୍ଲାଇଥିଲେ । ଜାଗମରାରେ ମାତ୍ର କିଛି ମିନିଟ ପାଇଁ ଓହ୍ଲାଇଥିବା ବେଳେ ବନ୍ଧୁକଟି ଚୋରି ହୋଇଯାଇଥିଲା । ଏ ନେଇ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ତେବେ ସୋସିଆଲ ମିଡିଆରେ ରାହୁଲ ବନ୍ଧୁକ ସହିତ ଫଟୋ ଛାଡିବା ପରେ ବର୍ତ୍ତମାନ ଗିରଫ ହୋଇଛି ।

Get real time updates directly on you device, subscribe now.