fbpx

ଗୁରୁଦ୍ୱାରରେ ଗୁଳିକାଣ୍ଡ ; ନିଶାଶକ୍ତ ମହିଳାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ, ମହିଳା ମୃତ ଓ ଗୁରୁଦ୍ୱାର କର୍ମୀ ଆହତ

Advertisement

ନୂଆଦିଲ୍ଲୀ : ସ୍ୱର୍ଣ୍ଣ ମନ୍ଦିରରେ ପୁଣି ଗୁଳି ଫୁଟିଛି । ନିଶାଶକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରକୁ ଗୁଳିମାଡ ହୋଇଛି । ଏଥିରେ ମହିଳା ଜଣଙ୍କ ମୃତ୍ୟୁବରଣ କରିବା ସହ ଗୁରୁଦ୍ୱାର ଜଣେ କର୍ମୀ ଆହତ ହୋଇଛନ୍ତି । ଗତ ରବିବାର ସନ୍ଧ୍ୟାରେ ପଟିଆଲାର ଗୁରୁଦ୍ୱାରରେ ଏଭଳି ଜଘନ୍ୟକାଣ୍ଡ ଘଟିଛି ।

ସୂଚନାଯୋଗ୍ୟ, ଜଣେ ୩୩ ବର୍ଷୀୟ ମହିଳା ଗୁରୁଦ୍ୱାରରେ ଜଳାଶୟ ନିକଟରେ ବସି ମଦ ପିଉଥିଲେ । ଯେତେବେଳେ ଲୋକମାନେ ମହିଳାଙ୍କ ବିଷୟରେ ଅଭିଯୋଗ କରିଥିଲେ, ଜଣେ ସେବାୟତ ବା ମ୍ୟାନେଜର ତାଙ୍କୁ ମଦ୍ୟପାନରୁ ନିବୃତ୍ତ କରି ଗୁରୁଦ୍ୱାରରେ ଥିବା ଏକ କୋଠରୀକୁ ଆଣିଥିଲେ। ଘଟଣା ବିଷୟରେ ପୋଲିସକୁ ଜଣାଇବା ପୂର୍ବରୁ ସେଠାରେ ଏକତ୍ରିତ ହୋଇଥିବା ଭିଡ଼ ଭିତରୁ କେହି ଜଣେ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେଠାରେ ହିଁ ସେ ଟଳି ପଡିଥିଲେ । ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାରେ ଗୁରୁଦ୍ୱାରର ଜଣେ କର୍ମୀ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ପଟିଆଲାର ସହରୀ ଇଷ୍ଟେଟର ନିରାମଲଜିତ ସିଂ ବୋଲି ଜଣାପଡିଛି। ପଟିଆଲା ଏସଏସପି ବରୁଣ ଶର୍ମା କହିଛନ୍ତି ଯେ ଅଭିଯୁକ୍ତ ଧାର୍ମିକ ଭାବରେ ଉତ୍ତେଜିତ ହୋଇ ମହିଳାଙ୍କ ଉପରକୁ ପାଞ୍ଚଟି ଗୁଳି ଚଳାଇଥିଲା ଏବଂ ତିନିରୁ ଅଧିକ ଗୁଳି ମହିଳାଙ୍କୁ ଶରୀରରେ ବାଜିଥିଲା ।

Get real time updates directly on you device, subscribe now.