fbpx

ଗୁରୁ ପୂର୍ଣ୍ଣିମାରେ ରହିଛି ଏକାଧିକ ଶୁଭ ଯୋଗ, ଆଜିର ଦିନରେ ଏହି ଉପାୟ ଆପଣାଇଲେ ଭାଗ୍ୟ ଫେରିଯିବ

ନୂଆଦିଲ୍ଲୀ:ହିନ୍ଦୁ ଧର୍ମରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଥାଏ । ଚଳିତ ବର୍ଷ ୩ ଜୁଲାଇ ଅର୍ଥାତ୍ ଆଜି ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି । ଏହିଦିନ ମହର୍ଷି ବେଦ ବ୍ୟାସଙ୍କର ମଧ୍ୟ ପୂଜା କରାଯାଇଥାଏ । ଆଷାଢ ମାସ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଗୁରୁପୂର୍ଣ୍ଣିମାର କଣ ମହତ୍ତ୍ୱ ରହିଛି ।
ଏହି ଦିନ ମହର୍ଷିିର୍ ବେଦବ୍ୟାସଙ୍କର ଜନ୍ମ ହୋଇଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ବି କୁହାଯାଏ । ଏହିଦିନ ଶିଷ୍ୟ ନିଜ ଗୁରୁଙ୍କର ବିଶେଷ ପୂଜା କରିଥାଏ । ଗୁରୁଙ୍କୁ ଶିଷ୍ୟ ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଫଳ, ପୁଷ୍ପ, ବସ୍ତ୍ର ଆଦି ପ୍ରଦାନ କରି ନିଜର ସମସ୍ତ ଅବଗୁଣ ଗୁରୁଙ୍କୁ ସମର୍ପିତ କରି ଦେଇଥାଏ ।
ଶୁଭ ମୁହୂର୍ତ୍ତ:
ଗୁରୁ ପୂର୍ଣ୍ଣିମା ପ୍ରାରମ୍ଭ:
୨ ଜୁଲାଇ ରାତି ୮ଘ. ୨୧ ମିନିଟ୍
ଗୁରୁ ପୂର୍ଣ୍ଣିମା ସମାପନ: ୩ ଜୁଲାଇ ସନ୍ଧ୍ୟା ୫ଘ ୦୮ମିନିଟ୍
ବହୁ ଶୁଭ ଯୋଗ :
ଚଳିତ ବର୍ଷ ଗୁରୁପୂର୍ଣ୍ଣିମାରେ ବହୁ ଶୁଭ ଯୋଗ ରହିଛି । ଏହିଦିନ ବ୍ରହ୍ମ ଯୋଗ ଓ ଇନ୍ଦ୍ର ଯୋଗ ରହିଛି । ଏହା ସହିତ ସୂର୍ଯ୍ୟ ଓ ବୁଦ୍ଧଙ୍କ ମିଳିତ ଯୋଗରେ ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ନିର୍ମାଣ ହେବାକୁ ଯାଉଛି । କାଲି ଅର୍ଥାତ୍ ୨ ଜୁଲାଇ ସନ୍ଧ୍ୟା ୭ଘ.୨୬ ମିନିଟ୍ ରୁ ୩ ଜୁୁଲାଇ ଦ୍ୱିପ୍ରହର ୩ଘ. ୪୫ ମିନିଟ୍ ପର୍ଯ୍ୟନ୍ତ ବ୍ରହ୍ମଯୋଗ ରହିଛି । ସେହିପରି ୩ ଜୁଲାଇ ଅର୍ଥାତ୍ ଆଜି ଅପରାହ୍ନ ୩ଘ. ୪୫ ମିି.ରୁ ଇନ୍ଦ୍ର ଯୋଗର ଆରମ୍ଭ ହେଉଛି ଯାହା ୪ ଜୁଲାଇ ସକାଳ ୧୧ଘ.୫୦ ମି. ପର୍ଯ୍ୟନ୍ତ ରହିବ ।
ମହର୍ଷିି ବେଦବ୍ୟାସଙ୍କ ପୂଜା:
ଏହିଦିନ ଗୁରୁ ବେଦବ୍ୟାସଙ୍କର ଜନ୍ମ ହୋଇଥିଲା ବୋଲି ମାନ୍ୟତା ରହିଛି । ସନାତନ ଧର୍ମରେ ମହର୍ଷିି ବେଦବ୍ୟାସଙ୍କୁ ପ୍ରଥମ ଗୁରୁର ଆସନ ଦିଆଯାଏ । ଏହା ବ୍ୟତିତ ମହର୍ଷିି ବେଦବ୍ୟାସ ଶ୍ରୀମଦଭାଗବତ, ବ୍ରହ୍ମାସୂତ୍ର, ମହାଭାରତ, ମୀମାଂସା ସହିତ ୧୮ ପୁରାଣର ରଚନା କରିଛନ୍ତି । ତେଣୁ ଏହିଦିନ ବିଶେଷ ଭାବରେ ମହର୍ଷିି ବେଦବ୍ୟାସଙ୍କ ପୂଜା କରାଯାଏ ।
ଗୁରୁ ନ ଥିଲେ ଭଗବାନ ବିଷ୍ଣୁଙ୍କୁ ଗୁରୁ ମାନନ୍ତୁ:
ଜ୍ୟୋତିଷ ବିଦ୍ୟା ଅନୁସାରେ ଯଦି ତୁମର କେହି ଗୁରୁ ନାହିଁ ତେବେ ଭଗବାନ ବିଷ୍ଣୁଙ୍କୁ ଗୁରୁ ମାନି ଆପଣ ତାଙ୍କୁ ପୂଜା କରିପାରିବେ । ଯେଉଁ ଛାତ୍ର ନିଜର ପାଠପଢାକୁ ନେଇ ଚିନ୍ତିତ ସେମାନେ ଏହିଦିନ ଗୀତା ପାଠ କରିବା ସହିତ କିଛି ସମୟ ପର୍ଯ୍ୟନ୍ତ ଗୋ ସେବା କରିବା ଉଚିତ ।
ଯଦି ଆପଣଙ୍କର ଲଗାତର ବ୍ୟବସାୟରେ କ୍ଷତି ଘଟୁଛି ତେବେ ଆଜି କୌଣସି ଦୁଃଖୀ ରଙ୍କିଙ୍କୁ ହଳଦିଆ ଭାତ, ହଳଦିଆ ବସ୍ତ୍ର, ହଳଦୀ ରଙ୍ଗର ମିଠା ଦାନ କରନ୍ତୁ ଦେଖିବେ ପରିସ୍ଥିତି ସୁଧୁରି ଯିବ ।

 

Get real time updates directly on you device, subscribe now.