fbpx
BSKY
BJD YOUTH SKY
BJD MS SKY

ଆଇପିଏସ୍ ସାଗରିକା ନାଥଙ୍କ ପିତାମାତାଙ୍କୁ ଅଟକାଇ ଲୁଟପାଟ କରିଛନ୍ତି ଦୁବୃର୍ତ୍ତ, ଭରତପୁର ଥାନାରେ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର:ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇପଡିଛି ତାହା ଅତୀତରେ ବହୁ ଘଟଣାରୁ ପ୍ରମାଣିତ ହୋଇଥିବା ବେଳେ ଏବେ ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଜଣେ ଆଇପିଏସ୍ ଙ୍କ କ୍ଷେତ୍ରରେ ଘଟିଛି ଲୁଟପାଟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଆଇପିଏସ୍ ସାଗରିକା ନାଥଙ୍କ ପିତା ମାତାଙ୍କୁ ଅଟକାଇ ଲୁଟପାଟ କରିଛନ୍ତି ଦୁବୃର୍ତ୍ତ ।

ଆଇପିଏସ୍ ସାଗରିକାଙ୍କ ପିତାମାତା ଗତକାଲି ଆମ୍ରି ହସ୍ପିଟାଲ ସ୍ଥିତ ସତ୍ୟସାଇ ଏନକ୍ଲେଭରେ ଥିବା ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଠାରୁ ଲୁଟ୍ ଉଦ୍ୟମ କରିଥିଲେ । ତେବେ ସାଗରିକାଙ୍କ ବାପା ପ୍ରତିରୋଧ କରିଥିବାରୁ ଦୁବୃର୍ତ୍ତମାନେ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ । ଦୁବୃର୍ତ୍ତମାନେ ସାଗରିକାଙ୍କ ବାପା ମାଙ୍କ ଠାରୁ ଟଙ୍କା ସୁନା ଛଡାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଭରତପୁର ଥାନାରେ ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ଆଇପିଏସ୍ ସାଗରିକା ନାଥ ପୂର୍ବରୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଥିବା ବେଳେ ଏବେ ବାଲେଶ୍ୱର ଏସପି ଅଛନ୍ତି ।

Get real time updates directly on you device, subscribe now.