କେମିତି ହେଲା ଏ ଚମତ୍କାର ? ମୃତ ଭାବି ଜାଳି ଦେଇଥିଲେ ପରିବାର, ପରଦିନ କେମିତି ଜୀବନ୍ତ ଫେରିଲେ! ମୁଣ୍ଡ ଘୂରାଇ ଦେବ ଏ କାହାଣୀ…

କେମିତି ହେଲା ଏ ଚମତ୍କାର । ମୃତ ଭାବି ଯାହାର ଅନ୍ତିମ ସତ୍କାର କରିଥିଲେ, ସେ କେମିତି ତାର ପରଦିନ ଜୀବନ୍ତ ଫେରିଲେ । ମୁଣ୍ଡ ଘୂରାଇ ଦେବ ଏ କାହାଣୀ ।

ହରିୟାଣା: ଗୁରୁଗ୍ରାମରେ, ଜଣେ 47 ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ଭାବି ପରିବାର ଲୋକେ ତାଙର୍କର ଅନ୍ତିମ ସତ୍କାର କରିଥିଲେ । କିନ୍ତୁ ହଠାତ୍, ସେ ଶେଷକୃତ୍ୟ ପରଦିନ ଘରକୁ ଫେରି ଆସିଥିଲେ। ଗୁରୁଗ୍ରାମର ସେକ୍ଟର-36, ମହମ୍ମଦପୁର ଝାରସାରେ ତାଙ୍କ ପତ୍ନୀ ଏବଂ ତିନି ପୁଅଙ୍କ ସହିତ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ପୂଜନ ପ୍ରସାଦ। ପୂଜନ ଘରକୁ ଫେରିବା ପରେ ତାଙ୍କ ପରିବାର, ସମ୍ପର୍କୀୟ, ପଡ଼ୋଶୀ ଏବଂ ପୋଲିସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅଗଷ୍ଟ ଶେଷ ଆଡ଼କୁ ପୂଜନ ଅନେକ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ, ଯାହା ପରେ ତାଙ୍କ ପରିବାର ସେପ୍ଟେମ୍ବର 1 ରେ ପୋଲିସରେ ଅଭିଯୋଗ କରିଥିଲେ। ଏହି ସମୟରେ, ପୋଲିସ ପୂଜନଙ୍କ ପୁଅ ସନ୍ଦୀପ କୁମାରଙ୍କୁ ଏକ ମୃତଦେହ ବିଷୟରେ ସୂଚନା ଦେଲେ । ସେହି ମୃତଦେହ ପୁଜନଙ୍କ ଘରଠାରୁ ମାତ୍ର 1.5 କିଲୋମିଟର ଦୂର ଏକ ଅଞ୍ଚଳରୁ ଅଗଷ୍ଟ 28 ରେ ଉଦ୍ଧାର କରାଯାଇଥିଲା। ସରକାରୀ ଶବଗୃହରେ, ଯେତେବେଳେ ପୋଲିସ ସନ୍ଦୀପଙ୍କୁ ମୃତଦେହ ଦେଖାଇଲା, ସେ ସେଥିରେ କିଛି ସମାନତା ଦେଖିଥିଲେ ।

ପୁଅ ଏହିପରି ବିଶ୍ୱାସ କଲା

ପୋଲିସ ସନ୍ଦୀପଙ୍କୁ ଯେଉଁ ମୃତଦେହ ଦେଖାଇଥିଲା, ତାହାର ଡାହାଣ ଗୋଡରେ ଏକ ଆଘାତ ଚିହ୍ନ ଥିଲା। ଶରୀରରେ ଏକ ସାର୍ଟ ଏବଂ ପ୍ୟାଣ୍ଟ ମଧ୍ୟ ଥିଲା ଯାହା ତାଙ୍କ ବାପା ପିନ୍ଧିଥିବା ପରି ଦେଖାଯାଉଥିଲା। ସନ୍ଦୀପ ମୃତଦେହର ଡାହାଣ ଗୋଡ଼ରେ ଆଘାତ ଚିହ୍ନ ଦେଖି ତାଙ୍କ ବାପା ବୋଲି ସୁନିଶ୍ଚିତ କରିଥିଲେ

ମୃତଦେହକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୁଣ୍ଡ ଶରୀରଠାରୁ ଅଲଗା କରାଯାଇଥିଲା। ମୃତଦେହକୁ ବୁଲା ପଶୁମାନେ ବିକୃତ କରିଥିଲେ। ପୁଜନଙ୍କ ମୃତଦେହ ମିଳିବା ଖବର ପାଇବା ପରେ ପରିବାର ଲୋକ ଆଶ୍ଚର୍ଯ୍ୟ ଏବଂ ଦୁଃଖରେ ଭାଙ୍ଗି ପଡ଼ିଲେ। ଏହାପରେ ପୁଜନଙ୍କ ଦାହ କରାଯାଇଥିଲା।

ସନ୍ଦୀପଙ୍କ ମାମୁଁ ତାଙ୍କ ବାପାଙ୍କୁ ଜୀବିତ ଦେଖିଥିଲେ

ବୁଧବାର ଦିନ, ପୁଜନଙ୍କ ପୁଅମାନେ ଯମୁନାରେ ଅସ୍ଥି ବିସର୍ଜନ କରିବାକୁ ଦିଲ୍ଲା ଯାଇଥିବା ବେଳେ ତାଙ୍କ ମାମୁଁ ତାଙ୍କୁ ପୋନ କରିଥିଲେ । ଏବଂ ସେ ପୁଜନଙ୍କୁ ଜୀବିତ ଦେଖିଥିବା କହିଥଲେ । ତାଙ୍କ ମାମୁଁ ରାହୁଲ, ପୁଜନଙ୍କ ହାତ ଧରି ତାଙ୍କୁ ଏକ ଅଟୋରେ ବସାଇ ଘରକୁ ନେଇଗଲେ। ଘରକୁ ଫେରି ଯେତେବେଳେ ତାଙ୍କ ପରିବାର ଲୋକ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ପୁଜନଙ୍କ ସ୍ତ୍ରୀ ଲକ୍ଷ୍ମୀନିଆ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ମଦ୍ୟପାନ କରନ୍ତୁ ଏବଂ ଘରୁ ପ୍ରାୟତଃ ବାହାରେ ରୁହନ୍ତି । ପଡ଼ୋଶୀମାନେ ମଧ୍ୟ ପୁଜନଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ଘରେ ପହଞ୍ଚିଥିଲା। ପୁଜନ ପୋଲିସକୁ କହିଛି ଯେ ସେ ଅନେକ ଦିନ ଧରି ବାହାରେ ବୁଲୁଥିଲା। ସେ ଏତେ ମଦ୍ୟପାନ କରିଥିଲେ ​​ଯେ ସେ ଘରକୁ ଫେରିପାରି ନଥିଲେ। ତେବେ ଏବେ ପୋଲିସ ପାଖରେ ଥିବା ଡିଏନଏ ରିପୋର୍ଟରୁ ହିଁ ସତ ଜଣାପଡ଼ିବ । ଏନେଇ ତଦନ୍ତ ଜାରି ରହିଛି ।