fbpx

ବାଃ ବାଃରେ ବେପାର! ମେଡିସିନ୍ ଷ୍ଟୋରରେ ଚାଲିଛି ଗୁଟଖା କାରବାର

ଭଦ୍ରକ,୨୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଥିବା ବେଳେ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ସପ୍ତାହାନ୍ତ ସଟଡାଉନରେ ବେପାର କରିବାକୁ ଯାଇ ଗୁଟଖା ଦୋକାନୀ ମେଡିସିନ୍ ଷ୍ଟୋରକୁ ମାଧ୍ୟମ ବନାଇଛନ୍ତି ।ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲା ମେଡିକାଲ ଛକ ନିକଟରେ ଥିବା ଏକ ମେଡିସିନ୍ ଷ୍ଟୋରରେ ଦେଖିବାକୁ ମିଳିଛି । ମେଡିସିନ୍ ଷ୍ଟୋରରୁ ବିପୁଳ ପରିମାଣର ସିଗାରେଟ ଓ ଗୁଟଖା ଜବତ କରିଛି ପୋଲିସ । ବେଆଇନ ଗୁଟଖା ବିକ୍ରି ଅଭିଯୋଗରେ ଔଷଧ ଦୋକାନର ମାଲିକ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ମେଡିସିନ ଷ୍ଟୋରରୁ ଗୁଟଖା ଜବତ ପରେ ପ୍ରଶାସନ ପକ୍ଷରୁ ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଛି ।

ତେବେ ଟ୍ୱିନ ସିଟି ସମେତ ସବୁ ସହରାଞ୍ଚଳରେ ଆଜିଠୁ ସଟ୍‌-ଡାଉନ୍‌ ଲାଗୁ ହୋଇଛି । ସୋମବାର ସକାଳ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ, କିନ୍ତୁ ଜରୁରୀକାଳୀନ ସେବା ସଟ୍‌ଡାଉନ୍‌ରେ ଜାରି ରହିବ ।

Get real time updates directly on you device, subscribe now.