fbpx

ମଦ ନିଶାରେ ମଡେଲ୍ କଲେ ବିଚ୍ ରାସ୍ତାରେ ତମାଶା, ଯବାନଙ୍କ ଗାଡ଼ିର ହେଡଲାଇଟ୍ ଭାଙ୍ଗିଲେ ଓ ଧକ୍କା ଦେଲେ

ଗ୍ୱାଲିୟର୍: ମଧ୍ୟପ୍ରଦେଶର ଗ୍ଲାଲିୟର୍ ସହରରେ ନିଶାରେ ଚୁର୍ ଥିବା ଜଣେ ଦିଲ୍ଲୀର ମଡେଲ୍ ବିଚ୍ ରାସ୍ତା ଉପରେ ହଙ୍ଗାମା କରିଛନ୍ତି । ମଡେଲ୍ ଜଣକ ଏତେ ପରିମାଣରେ ନିଶାରେ ଥିଲେ ଯେ, ମଝି ରାସ୍ତାରୁ ନ ହଟି ଆସୁଥିବା ଗାଡ଼ି ଗୁଡ଼ିକୁ ରୋକି ସେମାନଙ୍କୁ ହଇରାଣ କରିଥିଲେ । ଖାଲି ସେତିକି ନୁହେଁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯବାନଙ୍କ ଏକ ଗାଡ଼ିକୁ ରୋକିଥିଲେ । ଏହାପରେ ତାଙ୍କ ଗାଡ଼ିକୁ ଖୁବ୍ ଜୋରରେ ଲାତ ମାରିଥିଲେ । ଫଳରେ ଗାଡ଼ିର ହେଡଲାଇଟ୍ ଭାଙ୍ଗି ଯାଇଥିଲା ।

ମଡେଲ୍ ରାସ୍ତା ଉପରେ କରୁଥିବା ହଙ୍ଗାମା ବେଳର ଏକ ଭିଡିଓ ଭାଇଲ୍ଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସେ ବିଚ୍ ରାସ୍ତା ଉପରେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ହେଲେ ସେ ଯେଉଁ ସ୍ଥାନରେ ଏପରି ହରକତ କରୁଥିଲେ ସେଠାରୁ ମାତ୍ର କେଇଟା ଦୁରରେ ଥାନା ରହିଥିଲା । ହେଲେ ସେଠାରେ କେହି ବି ମହିଳା ପୋଲିସ୍ ସେ ସମୟରେ ଉପସ୍ଥିତ ନଥିଲେ । କିନ୍ତୁ କିଛି ସମୟପରେ ଥାନାକୁ ମହିଳା କନେଷ୍ଟବଳ ଆସିଥିଲେ ଓ ତାଙ୍କୁ ହେପାଜତକୁ ନେଇଥିଲେ । ତେବେ ବୁଧବାର ଦିନ ରାତି ୯ଟା ସମୟରେ ମଡେଲ୍ ଏପରି କାଣ୍ଡ କରିଛନ୍ତି । ୨୨ ବର୍ଷର ଏହି ମଡେଲ୍ ବଦ ନିଶାରେ ଢ଼ଳି ଢ଼ଳି ରାସ୍ତା ଉପରେ ପହଞ୍ଚିଥିଲେ । ସେହି ବାଟ ଦେଇ ଯାଉଥିବା ଗାଡ଼ି ଗୁଡ଼ିକୁ ରୋକି ରୋକି ଖରାପ ଭାଷା ବ୍ୟବହାର କରି ଗାଳି କରିଥିଲେ ।

ଏହି ସମୟରେ ଜଣେ ଯବାନଙ୍କ ଗାଡ଼ି ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ବି ରୋକି ହେଡଲାଇଟ୍ ଖୁବ୍ ଜୋରରେ ଗୋଇଠା ମାରିଥିଲେ । ଫଳରେ ଗାଡ଼ି ହେଡଲାଇଟ୍ ଭାଙ୍ଗି ଯାଇଥିଲା । ଯେତେବେଳେ ଯବାନ ଗାଡ଼ିରୁ ବାହାରକୁ ଆସି ତାଙ୍କୁ ବୁଝାଇଥିଲେ ମଡେଲ୍ ଜଣକ ଯବାନଙ୍କୁ ବି ଧକ୍କା ମାରିଥିଲେ ।

 

Get real time updates directly on you device, subscribe now.