fbpx

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷଙ୍କ ଜାରି ରହିବ ପୂଜା ପାଠ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବ୍ୟାସଙ୍କ ତହଖାନାରେ ପୂଜାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ମୁସଲିମ ପକ୍ଷଙ୍କ ଅଦେବନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ । ଗତ କିଛି ଦିନ ତଳେ ବାରଣାସୀ ଜିଲ୍ଲା ଜଜ ବ୍ୟାସଙ୍କର ତେହଖାନାରେ ହିନ୍ଦି ପକ୍ଷଙ୍କୁ ପୂଜା କରିବାର ଅନୁମତି ଦେଇଥିଲେ । ଯାହାପରେ ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ସେହି ଆବେଦନକୁ ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି । ତେବେ କୁହାଯାଉଛି ଯେ, ଏହାପରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଯାଇପାରନ୍ତି ।

ହାଇକୋର୍ଟ ଆଦେଶ ଶୁଣାଣି କରି ବାରଣାସୀ ଜିଲ୍ଲା ଜଜ ଗତ କିଛି ଦିନ ତଳେ ପୂଜା କରିବା ପାଇଁ ଅନୁମତି ଦେଇଥିଲେ, ସେହି ପୂଜା ଆଜିଠାରୁ ଜାରି ରହିବ । ଆହ୍ଲାବାଦ ହାଇକୋର୍ଟ ଉଚ୍ଚ ନ୍ୟାୟାଳୟରେ ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ପୀଠ ଜ୍ଞାନବ୍ୟାପୀ ମସଜିଦର ପରିଚାଳନା କରୁଥିବା ସଂସ୍ଥା ଅଞ୍ଜୁମାନ ଇନ୍ତେଜାମିୟା ମସଜିଦ ସମିତି ଦ୍ୱାରା ଦାଖଲ କରାଯିଇଥିବା ଅବେଦନ ଉପରେ ଶୁଣାଣି କରିଥିଲେ ଏବଂ ନିଜ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଆଜି ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମାନ ଆରେଞ୍ଜମେଣ୍ଟର ଉଭୟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଅର୍ଥାତ ଯେଉଁ ପୂଜା ଚାଲିଥିଲା ​​ସେହି ସମାନ କାର୍ଯ୍ୟ ଜାରି ରହିବ। ଯଦି ସେମାନେ ସୁପ୍ରିମକୋର୍ଟକୁ ଯାଆନ୍ତି, ତେବେ ଆମେ ମଧ୍ୟ ସୁପ୍ରିମକୋର୍ଟରେ ଆମର ମତାମତ ଉପସ୍ଥାପନ କରିବୁ। ”

Get real time updates directly on you device, subscribe now.