ଶୀତ ଦିନେ Gym ଯାଉଥିଲେ ହୃଦଘାତର ରହିଛି ବହୁ ସମ୍ଭାବନା

ଭୋପାଲ- ମଧ୍ୟପ୍ରଦେଶର ଖରବୋନ ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକ ଜିମରେ ୱାର୍କଆଉଟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । କେବଳ ଏହି ଜଣେ ନୁହେଁ , ୱାର୍କଆଉଟ ସମୟରେ ଅନେକ ଲୋକଙ୍କର ମୃତ୍ୟୁର ଖବର ଆସୁଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ସେମାନେ ବେପରୁଆ ମନୋଭାବ, ଜ୍ଞାନର ଅଭାବକୁ ମୁଖ୍ୟତଃ ଦାୟୀ କରୁଛନ୍ତି ।

ଫିଟନେଟ ଏକ୍ସପର୍ଟଙ୍କ ମୁତାବକ, ଆଜିକାଲିର ଯୁବ ବର୍ଗ ନିଜେ ନିଜେ ୱାର୍କଆଉଟ ଆରମ୍ଭ କରିଦେଉଛନ୍ତି । ଏକ୍ସପର୍ଟଙ୍କ ମୁତାବକ, ୱାର୍କଆଉଟ ଆଗରୁ ଅଧିକାଂଶ ବଡିକୁ ୱାର୍ମଅପ କରୁ ନାହାନ୍ତି । ଏହା ହୃଦଘାତର ମୁଖ୍ୟ କାରଣ ହେଉଛି । ତେଣୁ ୱାର୍କଆଉଟ କରିବା ଆଗରୁ ପ୍ରଥମେ ଓା୍ୱର୍ମଅପ କରିବାର ଆବଶ୍ୟକତା ରହିଛି । ହାର୍ଟ ଆର୍ଟାକ୍ ହେବାର ମୁଖ୍ୟ କାରଣ ଶରୀରର ଶୀଥିଳତା । ଶରୀର ଥଣ୍ଡା ବା ଶୀଥିଳ ଥିବା ବେଳେ ହଠାତ୍ ଭାରି ଡମ୍ବଲ ବା ୱେଟ ଉଠାଇବା ଦ୍ୱାରା ଶରୀର ଗୋଟିଏ ଅଂଶରେ ଭାରି ମାତ୍ରାରେ ଇଲେକ୍ଟ୍ରିକ୍ ଏସିଡ ଏକତ୍ରିତ ହୋଇ ବ୍ଲକେଜ ହୋଇଥାଏ । ଏହା ଫଳରେ ହୃଦଘାତ ହେବାର ବହୁ ସମ୍ଭାବନା ଥାଏ ।

ବିଶେଷ କରି ଶୀତ ଦିନେ ଜିମିଂ ଆଗରୁ ଶରୀରକୁ ୱାର୍ମଅପ କରିବା ଜରୁରୀ । ୱାର୍କଆଉଟ ପରେ ପୁଣି ଶରୀରକୁ ଶୀଥିଳ କରିବା ମଧ୍ୟ ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ୱାର୍କଆଉଟ ପୂର୍ବରୁ ୧୦-୧୫ ମିନିଟ ୱାର୍ମ ଅପ କରିବା ଜରୁରୀ । ଏଥିପାଇଁ ଜିମରେ କାର୍ଡିୟୋ ସେକ୍ସନ ଉପଲବ୍ଧ ଥିଲେ ଏହା ଉପରେ ଅଭ୍ୟାସ କରିବା ଜରୁରୀ । ଏପରି କରିବା ଦ୍ୱାରା ବଡି କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଏ ଓ ଶରୀରର ସବୁ ଜଏଣ୍ଟ ଓ ବଡି ପାର୍ଟ୍ସ ଆକ୍ଟିଭ ହୋଇଯାଏ । ଜିମିଂ ପରେ ମଧ୍ୟ ଶରୀରକୁ ଥଣ୍ଡା କରିବାକୁ କହୁଛନ୍ତି ବିଶେଷଜ୍ଞ ।