fbpx

ଚାର୍ଲସ୍ ଶୋଭରାଜଙ୍କ ନା ନେଇ କେଜ୍ରିୱାଲଙ୍କ ଉପରେ ଏପରି ବର୍ଷିଲେ ମୋଦୀ, କହିଲେ ଅଭିଯୁକ୍ତଙ୍କୁ କାନ୍ଧରେ ବସାଇ ନାଚୁଛନ୍ତି

Advertisement

ନୂଆଦିଲ୍ଲୀ:ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁଖ୍ୟାତ ଅପରାଧୀ ଚାର୍ଲସ୍ ଶୋଭରାଜର ନାଁ ନେଇ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ କେଜ୍ରିୱାଲଙ୍କ ଏକ ସାକ୍ଷାତକାରକୁ ନେଇ ପ୍ରଶ୍ନ କରିଛନ୍ତି କି ଗମ୍ଭୀର ଅପରାଧିକ ମାମଲା ସାମ୍ନା କରୁଥିବା ଲୋକମାନଙ୍କର ମିଡିଆ କିପରି ସାକ୍ଷାତକାର ନେଉଛି । ଏ ପୁଣି ସେହି ବ୍ୟକ୍ତି ଯାହାଙ୍କ ଉପରେ ହାଇକୋର୍ଟ ଶକ୍ତ ଟିପ୍ପଣୀ କରିଛନ୍ତି । ପୂର୍ବରୁ କେବଳ ଚାର୍ଲସ୍ ଶୋଭରାଜଙ୍କର ଏହି ପ୍ରକାର ସାକ୍ଷାତକାର ହୋଇଥିଲା ।

ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା କି , ୪୦ ଦିନ ତିହାର ଜେଲ୍‌ରେ ରହିବା ପରେ ଏବେ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପ୍ରଚାର କରୁଛନ୍ତି । ସେ ଏହାକୁ ନିଜର ବିଜୟ ବୋଲି କହୁଛନ୍ତି । ଯେପରିକି କୌଣସି ଘୋଟାଲା ହୋଇନାହିଁ । ସେ କହୁଛନ୍ତି କି ମୋତେ ନିର୍ବାଚନରେ ଜିତାଅ ଫଳରେ ମୁଁ ଆଉ ଜେଲ୍ ଯିବି ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ । ଏ ସବୁ ମୋ ବିରୁଦ୍ଧରେ ଏକ ବଡ ସାଜିସ୍ । ଏହାକୁ ଆପଣ କେଉଁପରି ଭାବରେ ଦେଖୁଛନ୍ତି?

ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ତାଙ୍କ ମାମଲା ତ ଏବେ କୋର୍ଟରେ ରହିଛି । ତେଣୁ ଏହା ଉପରେ କୌଣସି ଟିପ୍ପଣୀ କରିବା ଉଚିତ ନୁହେଁ । ମୋଦୀ କହିଛନ୍ତି ଏକ ସମୟ ଥିଲା ଯେତେବେଳେ କପି କରି ଧରାପଡିଥିବା ପିଲା ଲାଜରେ ଆଉ ସ୍କୁଲ ଯାଉ ନ ଥିଲା । ଏପରିକି ତା’ ମା-ବାପା ବି ଲାଜରେ ଜଳିଯାଉଥିଲେ । କିନ୍ତୁ ଏଠି ଯାହା ଉପରେ ଅଭିଯୋଗ ଲାଗିଛି ସେ ତାଙ୍କୁ ଅତି ନିର୍ଲଜ ଭାବରେ କାନ୍ଧରେ ବସାଇ ନାଚୁଛନ୍ତି । ଏହି ପତନ ବାସ୍ତବିକ ଚିନ୍ତାର ବିଷୟ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ପୂର୍ବ କାଳରେ ଡାକୁମାନଙ୍କର ମହିମା ମଣ୍ଡନ ହେଉଥିଲା । ମୁଁ ଆଶ୍ଚର୍ଯ୍ୟ ହେଉଛି କି ସମ୍ବାଦପତ୍ରମାନେ କେଉଁ ଭ୍ରଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର କରିବାକୁ ଯାଉଛନ୍ତି । ଚାର୍ଲସ ଶୋଭରାଜ ଏପରି ଜଣେ ଡାକୁ ଥିଲା ମିଡିଆବାଲା ଯାହାର ସାକ୍ଷାତକାର ନେଉଥିଲେ । ଏବେ ତ ସମସ୍ତେ କହୁଛନ୍ତି କି ସମୟକୁ ଅପେକ୍ଷା କର ସବୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.