fbpx
BJD
BJD SKY
BJD SKY

ହଜ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ୍, ଏମିତି କରିପାରିବେ ଅନ୍‌ଲାଇନ୍ ଆବେଦନ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହଜ୍‌ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତି ଦୁଇଡୋଜ କରୋନା ଟିକା ନେଇଥିବେ ସେମାନେ ଏଥିାଇଁ ଆବେଦନ କରିପାରିବେ । ଏହା ସହିତ ଯାତ୍ରୀ ଚୟନ ପାଇଁ ଉଭୟ ଭାରତ ଓ ସାଉଦି ଆରବ ସରକାର ଜାରି କରିଥିବା ନିୟମାବଳୀକୁ ଅନୁସରଣ କରାଯିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ହଜ୍‌ ଯାତ୍ରା ପାଇଁ ନଭେମ୍ବର ମାସ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏକ ସମୀକ୍ଷା ବୈଠକ କରି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ୱାସ ନକଭୀ କହିଛନ୍ତି ଯେ ସବୁ ଯାତ୍ରୀମାନଙ୍କୁ ଇ-ମସିହା ଡିଜିଟାଲ ହେଲଥ କାର୍ଡ ପ୍ରଦାନ କରାଯିବ ।

Get real time updates directly on you device, subscribe now.