fbpx

ଶଙ୍କର୍ଷଣ କୁଣ୍ଡରୁ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶବ ଉଦ୍ଧାର: ହତ୍ୟା ନା ଦୁର୍ଘଟଣା, ଚର୍ଚ୍ଚାରେ ଘଟଣା

Advertisement

ମଥୁରା: ଉତ୍ତରପ୍ରଦେଶର ମଥୁରାରୁ ଆସିଛି ଏକ ଅଦ୍ଭୁତ ଏବଂ ଅଭାବନୀୟ ଘଟଣା । ପବିତ୍ର ମତୁରାପୁରୀର ଶଙ୍କର୍ଷଣ କୁଣ୍ଡରୁ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ମୃତଦେହ ଅଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୋବର୍ଦ୍ଧନ ଥାନା ଅନ୍ତର୍ଗତ ଶଙ୍କର୍ଷଣ କୁଣ୍ଡରୁ ଏହି ଶବ ଉଦ୍ଧାର ହେବା ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି । ତେବେ ଏ ନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ରବିବାର ଦିନ ମଥୁରା ଗୋବର୍ଦ୍ଧନପୁର ଥାନାର ଶଙ୍କର୍ଷଣ କୁଣ୍ଡରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । କୁଣ୍ଡ ପାଣିରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏ ଖବର କିଛି ସମୟ ଭିତରେ ସାରା ଅଞ୍ଚଳରେ ବ୍ୟାପିଯାଇଥିଲା ଏବଂ ସେଠାରେ ଲୋକଙ୍କ ଭିଡ ଜମିଥିଲା । ତେବେ ମୃତ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନଥିବା ବେଳେ ଶବ ଚିହ୍ନଟ କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । କିନ୍ତୁ ଏହି ଶବ କିଛି ଦିନ ତଳର ଆଶଙ୍କା କରାଯାଉଛି । ସେପଟେ ପୋଲିସ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରି ସଠିକ ତଥ୍ୟ ପାଇବା ପାଇଁ ଚେଷ୍ୟା ଜାରି ରଖିଛି । ତେବେ ଏଠି ସବୁଠୁ ବଡ ପ୍ରଶ୍ନ ଉଠୁଛି, ଏହା ଏକ ହତ୍ୟା ନା ଦୁର୍ଘଟଣା?

ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ପୋଲିସ ବ୍ୟସ୍ତ ଥିବା ବେଳେ ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରିଛିନ୍ତି ଗ୍ରାମବାସୀ । ସେପଟେ ଯୁବତୀ ଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବାରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ପୋଲିସ ନିକଟରେ ମାମଲାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ କିମ୍ବା ଉପଯୁକ୍ତ ପ୍ରମାଣ ନଥିବା ହେତୁ ନୀରବତା ପାଳନ କରିଛି ଡିପାର୍ଟମେଣ୍ଟ । କିନ୍ତୁ ଖୁବଶୀଘ୍ର ମାମଲାକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.