fbpx

ଭାରତରେ ଉତ୍ପାଦନ ପାଇଁ ବଢୁଛି ଚାହିଦା, ଆଗାମୀ ୬ରୁ ୧୨ ମାସ ମଧ୍ୟରେ ମୋବାଇଲ ଇଣ୍ଡଷ୍ଟ୍ରୀରେ ହେବ ୬୦ ହଜାର ନୂତନ କର୍ମଚାରୀଙ୍କ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାରଣରୁ ଭାରତରେ ମୋବାଇଲ ମାନ୍ୟୁଫାକଚରିଂ ବଢିବାରେ ଲାଗିଛି । ଭାରତରେ ସାମସଙ୍ଗ ପରେ ଆପଲ୍ ସମେତ ଅନେକ କମ୍ପାନୀ ନିଜର ମୋବାଇଲ୍ ଫାକ୍ଟ୍ରି ବସାଇଛନ୍ତି । ଏହି ଫ୍ୟାକ୍ଟ୍ରି ଗୁଡ଼ିକରେ ଦିନକୁ ଦିନ ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ବଜାର ଚାହିଦା ବୃଦ୍ଧି ପାଉଥିବାରୁ କମ୍ପାନୀ ଗୁଡ଼ିକ ଆଗାମୀ ୬ରୁ ୧୨ ମାସ ମଧ୍ୟରେ ପ୍ରାୟ ୬୦ ହଜାର କର୍ମଚାରୀ ନିଯୁକ୍ତ କରିବେ ବୋଲି ଇକୋନୋମିକ୍ ଟାଇମ୍ ତେଲିକମ୍ ରିପୋର୍ଟ କରିଛି । ବର୍ତ୍ତମାନ ସପ୍ଲାଇ ଚେନ୍ ସଂସ୍ଥା ଟିମ୍ ଲିଜ୍ ସର୍ଭିସେସ୍ ଲିମିଟେଡ୍ ଅନୁଯାୟୀ, ହ୍ୟାଣ୍ଡସେଟ୍ ଉତ୍ପାଦନ ଫାକ୍ଟ୍ରି ଗୁଡ଼ିକରେ ଏବେ ୫,୦୦୦ ଖାଲିା ପଦବୀ ଥିବାବେଳେ ସିଏଲ୍ ଏଚଆର ସର୍ଭିସେସ୍ କହିଛି ଯେ ୨,୦୦୦ ପୋଷ୍ଟ ଖାଲି ଅଛି ।

ଏହି ନିଯୁକ୍ତି ଜାତୀୟ ରାଜଧାନୀ ଦିଲ୍ଲୀ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ହେଉଛି । ତେବେ ୨୦୨୪ ମାର୍ଚ୍ଚ ମସ ସୁଦ୍ଧା ମୋବାଇଲ୍ ନିର୍ମାଣକାରୀ କମ୍ପାନୀ ଗୁଡ଼ିକ ୪୦ ହଜାରରୁ ୬୦ ହଜାର ନୂତନ କର୍ମଚାରୀ ନିଯୁକ୍ତି କରିପାରନ୍ତି ବୋଲି ଟିମ୍‌ଲିଜ୍ ରିପୋର୍ଟ କରିଛି । ଏହା ବ୍ୟତିତ ଭାରତରେ ମୋବାଇ ନିର୍ମାଣ କମ୍ପାନୀ ବଢି ଚାଲଥିବା ବେଳ ଆଗାମୀ ଦୁଇ ବର୍ଷ ମଧ୍ୟରେ ୮୦ ହଜାରରୁ ୧ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାର ଆରମ୍ଭ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଏହି ସଫଳତା ମିଳିଛି। ଭାରତରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ୨୦୧୪ରୁ ୨୦୨୨ ମଧ୍ୟରେ ଭାରତରେ ୨ ବିଲିୟନ ମୋବାଇଲ୍ ଫୋନ୍ ଉତ୍ପାଦନ ହୋଇଛି । ବୈଶ୍ୱିକ ରିସର୍ଚ୍ଚ ସଂସ୍ଥା କାଉଣ୍ଟର ପଏଣ୍ଟ ରିପୋର୍ଟ ମୁତାବକ ଭାରତରୁ ବାର୍ଷିକ ଆଧାରରେ ମୋବାଇଲ୍ ରପ୍ତାନୀ ୨୩ ପ୍ରତିଶତ ବୃଦ୍ଧି ପାଇଛି ।

ଭାରତରେ ମୋବାଇଲ୍ ଫୋନ୍‌ର ଚାହିଦା ବୃଦ୍ଧି, ଡିଜିଟାଲ ଶିକ୍ଷା ଗ୍ରହଣ ବୃଦ୍ଧି ଏବଂ ସରକାରଙ୍କ ବିଭିନ୍ନ ପଦକ୍ଷେପ ସ୍ୱରୁପ ଏହି ଅଭିବୃଦ୍ଧି ହୋଇଛି । ଏହା ସହିତ ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ ମୋବାଇଲ୍ ଉତ୍ପାଦନକାରୀ ଦେଶ ହୋଇପାରିଛି । ଦେଶ ଭିତରେ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାୟ ଭୀତ୍ତିକ ଉପରାଦନ କାର୍ଯ୍ୟକ୍ରମ(ପିଏମ୍‌ପି), ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ ଭିତ୍ତିକ ଫୋତ୍ସାହନ(ପିଏଲ୍‌ଆଇ) ଏବଂ ଆତ୍ମ ନିର୍ଭର ଭାରତ ଭଳି ବିଭିନ୍ନ ଯୋଜନା ମାନ ସବୁ ଅତିତ ବର୍ଷ ମାନଙ୍କରେ ସରକାର ଆପଣାଇଛନ୍ତି । ଯାହା ଦ୍ୱାରା ଭାରତରେ ମୋବାଇଲ୍ ଉପରାନ ବୃଦ୍ଧି ପାଇଛି ।

Get real time updates directly on you device, subscribe now.