fbpx

ହାପି ବାର୍ଥଡେ କିଙ୍ଗ ଖାନ୍: ଜନ୍ମଦିନରେ ରିଲିଜ ହେବ ‘DDLJ’

ମୁମ୍ବାଇ: ବଲିଉଡର ବାଦଶାହା କୁହାଯାଉଥିବା ଶାହାରୁଖ୍ ଖାନ୍ ଙ୍କୁ କିଏ ଅବା ନ ଜାଣେ । ତାଙ୍କର ସୁନ୍ଦର ଅଭିନୟ ଏବଂ ରୋମାନ୍ସ ପାଇଁ ସେ ସର୍ବଦା ଲାଇମ ଲାଇଟରେ ରହିଥାନ୍ତି । ଆକ୍ସନ ହେଉ କି ଡ୍ରାମା ଅବା ରୋମାନ୍ସ ସବୁ ଫିଲ୍ମକୁ ସେ ପରଫେକ୍ଟ କରିଥାନ୍ତି । ତେବେ ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ନଭେମ୍ବର ୨ ତାରଖ ଅର୍ଥାତ ଆଜି ଉତ୍ସବ ଠାରୁ କମ୍ ନୁହେଁ । କରାଣ ଅଜି କିଙ୍ଗ ଖାନ୍ ଙ୍କ ୫୭ତମ ଜନ୍ମ ଦିନ, ଯାହାକୁ ତାଙ୍କ ପ୍ରଶଂସକମାନେ ଗ୍ରାଣ୍ଡ କରିବାକୁ ଚାହୁଁଛନ୍ତି ।

ଶାହାରୁଖ ଖାନଙ୍କ ଜନ୍ମଦିନ ପୂର୍ବରୁ ତାଙ୍କ ସହ ଜଡିତ ଅନେକ ହ୍ୟାସଟ୍ୟାଗ୍  ଟ୍ୱିଟରରେ ଟ୍ରେଣ୍ଡ ହେଉଥିବା ବେଳେ ତାଙ୍କ ଜନ୍ମଦିନରେ ମଧ୍ୟ ଅନେକ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ ହେଉଛି । ତେବେ କିଙ୍ଗ ଖାନ୍ ଙ୍କ ଜନ୍ମଦିନରେ ତାଙ୍କର ଟିକେ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍ସ ଫଲୋର୍ସ ଅଭିନେତାଙ୍କ ଘର ସମ୍ମୁଖରେ ଏକାଠି ହୋଇଥିବାର ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଶାହାରୁଖ୍ ଖାନଙ୍କ ଜନ୍ମଦିନ ହୋଇପାରୁ ନଥିବାବେଳେ ଏଥର କିନ୍ତୁ ଶାହାରୁଖ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଛନ୍ତି । ସେ ରାତି ପ୍ରାୟ ୧୨ଟା ସମୟରେ ଏକ କଳା ଟି-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ପ୍ରଶଂସକଙ୍କ ସାମ୍ନାକୁ ଆସିଥିଲେ। ଶାହାରୁଖ୍ ଙ୍କ ସହ ତାଙ୍କ ସାନପୁଅ ଅବରାମ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହା ସହ ବାଦଶାହା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କିଙ୍ଗ ଖାନ ତାଙ୍କ ଜନ୍ମଦିନରେ ପ୍ରଶଂସଙ୍କମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ତାଙ୍କର ସୁପରହିଟ୍‌ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାୟଙ୍ଗେ ପୁଣି ଥରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି ।ଏଥିାପାଇଁ ଫିଲ୍ମ ନିର୍ମାତା ଚାହିଁଛନ୍ତି କି ଶାହାରୁଖଙ୍କ ବିଶେଷ ଦିନରେ ସେ ଥିଏଟରରେ ତାଙ୍କର ଏହି ଫିଲ୍ମକୁ ପୁଣିଥରେ ଦେଖିବେ। ଏନେଇ ପ୍ରଡକ୍ସନ ହାଉସ୍‌ ନିଜେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ତେବେ ସେ କରିଥିବା ପୋଷ୍ଟରେ ଲେଖା ହୋଇଛି କି ବୁଧବାର ଅର୍ଥାତ୍‌ ଆଜି PVR,INOX, ସିନେପଲିସ୍‌‌ରେ ଶାହାରୁଖଙ୍କ ସୁପରହିଟ୍ ମୁଭି ଦିଲୱାଲେ ଦୁଲହନିଆ ଲେ ଜାୟଙ୍ଗେ (‘DDLJ’) ରିଲିଜ୍‌ ହେବ । ଏହା ସହ ସେହି ପୋଷ୍ଟରେ ଏହା ମଧ୍ୟ ଲେଖା ହୋଇଛି କି ପଲଟ୍‌… ପୁଣି ପରଦାକୁ ଫେରିଛି। ରାଜ୍‌ ଏବଂ ସିମରନଙ୍କ ସୁନ୍ଦର ଯାତ୍ରାକୁ ୨ ନଭେମ୍ବର ଅର୍ଥାତ ଅଜି ଭାରତର ଥିଏଟରରେ ଦେଖନ୍ତୁ ।

 

View this post on Instagram

 

A post shared by Yash Raj Films (@yrf)

୯୦ ଦଶକରେ ଆଦିତ୍ୟ ଚ୍ରୋପ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ସେ ସମୟରେ ସୁପର ଡୁପର ହିଟ୍‌ ହୋଇଥିଲା । ଏହି ଫିଲ୍ମରେ ଶାହାରୁଖ-କାଜଲଙ୍କ ରୋମାଣ୍ଟିକ୍‌ କେମେଷ୍ଟ୍ରି ସମସ୍ତ ଦର୍ଶକଙ୍କ ହୃଦୟ ଜିତିଥିଲା । ସେହିପରି ଏହି ଚଳଚିତ୍ରର ଗୀତ ସହ ତା ଡାଏଲଗ ଗୁଡିକ ବହୁତ ଲୋକପ୍ରିୟ ହୋଇଥିଲା । ଯାହା କି ସେ ସମୟରେ ୧୦ ଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିବା ବେଳେ ଏହା ଆଜି ବି ଚର୍ଚ୍ଚାରେ ରହିଛି । ତେବେ ପୁଣି ଥରେ ଦିଲୱାଲେ ଦୁଲହନିଆ ଲେ ଜାୟଙ୍ଗେ ଫିଲ୍ମ ରିଲିଜ ହେବା ଖବର ଶୁଣି ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି । ଏହାକୁ ନେଇ ବାଣିଜ୍ୟ ଆନାଲିଟିକ୍ସ ବି ଆଶା କରୁଛନ୍ତି ପୁଣି ଥିଏଟର ଫୁଲ ହେବ। ତେବେ ଏହି ଫିଲ୍ମର ଟ୍ରିଜର ଆଜି ରିଲିଜ ହେବାକୁ ଥିବା ବେଳେ ଏହା ଜାନୁଆରୀ ୨୫ରେ ସିନେମା ଘରେ ମୁକ୍ତିଲାଭ କରିବ । ଏତତ୍ ବ୍ୟତୀତ ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍ ଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Get real time updates directly on you device, subscribe now.