fbpx

ନାଚୁରାଲ୍ ବିୟୁଟି ସାଇ ପଲ୍ଲବୀ, ମାତ୍ର ୧୫ଟି ଫିଲ୍ମ କରି ସାଉଥ୍ ଇଣ୍ଡଷ୍ଟ୍ରୀରେ କରୁଛନ୍ତି ରାଜ୍

ନୂଆଦିଲ୍ଲୀ ୦୯/୦୫: ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲଭୀ ଆଜି ହେଉଛି ୨୯ ତମ ଜନ୍ମଦିନ । ସାଉଥ ଇଣ୍ଡଷ୍ଟ୍ରିରେ ସାଇ ହେଉଛନ୍ତି ଏକ ନାମୀ ଦାମୀ କଳାକାର । ଆଉ ସୋସିଆଲ ମିଡିଆରେ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି । ସେ “ପ୍ରେମମ୍” ଫିଲ୍ମରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଉ ପ୍ରଥମ ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଆଉ ସେ ଫାଷ୍ଟ ଫିଲ୍ମରୁ ହିଁ ଫେମ୍ ପାଇଥିଲେ ।

ତେବେ ଆପଣ ମାନେ ଜାରିଛନ୍ତି କି ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ସେ ସାଇ ଡାକ୍ତରୀ ପଢ଼ୁ୍ଥିଲେ । ଆଉ ସେ ଅଭିନେତ୍ରୀ ହେବାକୁ ଆଦୌ ଚାହୁଁନଥିଲେ । ୨୦୧୪ ରେ ପଢ଼ୁଥିବା ସମୟରେ ସେ ଫିଲ୍ମ ‘ପ୍ରେମମ୍’ରେ’ ମଲାର’ର ଭୂମିକା ପାଇଁ ଏକ ଅଫର ପାଇଥିଲେ । ପ୍ରଥମ ଫିଲ୍ମରୁ ତାଙ୍କ କ୍ୟାରିୟର୍ ମାଇଲେଜ୍ ଧରିଥିଲା । ଏଥିପାଇଁ ସେ ସାଉଥ୍ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ।

ସାଇ ଜଣେ ଅଭିନେତ୍ରୀ ହେବା ବ୍ୟତୀତ ଜଣେ ନୃତ୍ୟଶିଳ୍ପୀ ମଧ୍ୟ । ସାଇ କଦାପି ନୃତ୍ୟ ତାଲିମ ନେଇନଥିଲେ । ଏପର୍ୟ୍ୟନ୍ତ ପଲ୍ଲଭୀ ମାତ୍ର ୧୫ ଟି ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଏହି ୧୫ଟି ଫିଲ୍ମରୁ ହିଁ ସେ ଆଗଧାଡିର କଳାକାର ହୋଇ ପାରିଛନ୍ତି ।

ସାଇ ପାଲ୍ଲାଭି ବିନା ମେକଅପ୍ ରେ ଫିଲ୍ମରେ ନଜର ଆସିଥାଆନ୍ତି । ତାଙ୍କୁ ମେକଅପ୍ ପସନ୍ଦ ନଥିବା ବେଳେ ଯାହା ପ୍ରାକୃତିକ ତାହା ତାଙ୍କୁ ଭଲ ଲାଗେ ବୋଲି ସେ କୁହନ୍ତି । ଏହି କାରଣରୁ, ସେ ସିନେ ପ୍ରେମୀଙ୍କ ମଧ୍ୟରେ ମଧ୍ୟ ବହୁତ ଲୋକପ୍ରିୟ ।

ସାଇ ଦୁଇ କୋଟିର ଫେୟାରନେସ୍ କ୍ରିମର ଏକ ବିଜ୍ଞାପନକୁ ମଧ୍ୟ ମନା କରିସାରିଛନ୍ତି । ପ୍ରସାଧନ ସାମଗ୍ରୀକୁ ନାପସନ୍ଦ କରି ସାଇ କହିଛନ୍ତି ଯେ ସେ ସୁନ୍ଦର ଦେଖାଯିବା ପାଇଁ ମେକଅପ୍ ବ୍ୟବହାର କରନ୍ତି ନାହିଁ ଏବଂ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା କିଛି ପଦୋନ୍ନତିର ଅଂଶ ହେବାକୁ ମଧ୍ୟ ଚାହାଁନ୍ତି ନାହିଁ ।

Get real time updates directly on you device, subscribe now.