fbpx

Daughters Day 2024: କାହାଠୁ କମ୍ ନୁହନ୍ତି ଝିଅ, ଏହି ମେସେଜ ଦେଇ କରାନ୍ତୁ ଖୁସି

ନୂଆଦିଲ୍ଲୀ: ଆଜି ଜାତୀୟ କନ୍ୟା ସନ୍ତାନ ଦିବସ । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 22 ତାରିଖକୁ ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଇଥାଏ । ସବୁ ଝିଅମାନଙ୍କର ପ୍ରଥମ ସାଙ୍ଗ ହେଉଛନ୍ତି ବାପା । ଆଜିର ଦିନରେ ଝିଅମାନଙ୍କ ପ୍ରତି ସମାଜ ଏବଂ ପରିବାରର ପ୍ରେମ, ସମ୍ମାନ ଏବଂ ଦାୟିତ୍ବକୁ ପ୍ରୋତ୍ସାହିତ କରାଯାଇଥାଏ । ଅଭିଭାବକ ଏବଂ ଝିଅମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସମ୍ମାନ ଜଣାଇବା ପାଇଁ ଆଜିର ଦିନ ପାଳନ କରାଯାଇଥାଏ । ଭାରତ ଭଳି ଦେଶରେ ଜାତୀୟ କନ୍ୟା ଦିବସର ମହତ୍ତ୍ବ ଅଧିକ ରହିଥାଏ । କାରଣ ସମାଜରେ ଝିଅମାନଙ୍କର ଅବଦାନ ଏବଂ ଭୂମିକାକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ସଶକ୍ତିକରଣ ଏବଂ ସମାନତା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । କନ୍ୟା ସନ୍ତାନ ଦିବସ କେବଳ ଉତ୍ସବ ନୁହେଁ ବରଂ ସମାଜରେ ସଚେତନତା ବିସ୍ତାର କରିବାର ଏକ ସୁଯୋଗ ଅଟେ । ପୁଅଙ୍କ ଭଳି ଝିଅମାନଙ୍କର ଅବଦାନ ଅତୁଳନୀୟ ବୋଲି ଭାବିବା ଉଚିତ । ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।
କନ୍ୟା ସନ୍ତାନର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଉଛି । କିନ୍ତୁ ଆଜି ମଧ୍ୟ କେଉଁଠି ନା କେଉଁଠି କନ୍ୟା ସନ୍ତାନଟିକୁ ଅଣ ଦେଖାକରାଯାଉଛି । ଝିଅମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ଆଜି ସେମାନଙ୍କ ମନରେ ସାହାସ ଦେବା ଉଚିତ । ସେମାନଙ୍କ ମନ ପସନ୍ଦର ଖାଦ୍ୟ ସହିତ ସେଲଫ ଡିମେନ୍ସ ମଧ୍ୟ ଶିଖେଇବା ଉଚିତ । ସମାଜରେ ଶକ୍ତିଶାଳୀ ହୋଇ ଚଳିବା ପାଇଁ ପ୍ରେରଣା ଦେବା ଉଚିତ ।

Get real time updates directly on you device, subscribe now.