fbpx

ହାର୍ଦ୍ଦିକଙ୍କ ଲାଇଫଷ୍ଟାଇଲ, ପିନ୍ଧନ୍ତି କୋଟି କୋଟି ଟଙ୍କାର ଘଣ୍ଟା, ଅଛି ବହୁ ବିଳାସପୂର୍ଣ୍ଣ କାର …..

ଓଡିଶା ଭାସ୍କର: ଆଇସିସିର ନମ୍ବର ୧ ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବେଶ ଚର୍ଚ୍ଚାରେ । ଏହା ପଛର କାରଣ ତାଙ୍କର ବ୍ୟକ୍ତିଗତ ଜୀବନ ଅଟେ । ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶାଙ୍କ ତଲାକ ହୋଇସାରିଛି । ଯାହାର ଆଧିକାରିକ ପୁଷ୍ଟି ନିଜେ ହାର୍ଦ୍ଦିକ ଓ ନତାଶା ନିଜର ଇନଷ୍ଟାଗ୍ରାମରେ କରିଛନ୍ତି । ଏହାସହ ସର୍ବଦା ହାର୍ଦ୍ଦିକ ନିଜର ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି ।

ପ୍ରକାଶଥାଉ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗଣତି ଭାରତୀୟ ଧନୀ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୯୧ କୋଟି ଟଙ୍କା ଅଟେ । ସୋସିଆଲ ମିଡିଆରେ ତାଙ୍କର ଫଟୋ ହିଁ କହିଦିଏ ଯେ ସେ କେତେ ବିଳାସପୂର୍ଣ୍ଣ ଜୀବନ ଜିଅଁନ୍ତି । ଆଳୀଶାନ ଘରଠୁ ଆରମ୍ଭ କରି ବିଳାସପୂର୍ଣ୍ଣ କାର ପର୍ଯ୍ୟନ୍ତ ସବୁକିଛି ମହଜୁତ ଅଛି ପାଣ୍ଡ୍ୟାଙ୍କ ପାଖରେ । କେବଳ ଗାଡି ନୁହେଁ, ତାଙ୍କର ଘଣ୍ଟା ପାଇଁ ବି ସେ ବେଶ୍ ଚର୍ଚ୍ଚା ସାଉଁଟି ଥାଆନ୍ତି ।

ହାର୍ଦ୍ଦିକଙ୍କ ପାଖରେ ୩ ଟି ପାଟେକ ଫିଲିପ ନାଁଟଲସ ଘଣ୍ଟା ରହିଛି । ଯାହା ସବୁଠୁ ମହଙ୍ଗା ୧୮ କ୍ୟାରେଟ ହ୍ୱାଇଟ ଗୋଲ୍ଡ ଭର୍ଜନ ଅଟେ । ଏହାର ମୂଲ୍ୟ ୨.୭ କୋଟି । ଯେଉଁଥିରେ ୨୫୫ ଟି ହୀରା ଲାଗିଛି । ସେହିଭଳି ପାଟେକ ଫିଲିପ ନାଁଟିଲସ ୫୭୧୨, ୫୭୧୧ ଘଣ୍ଟା ମଧ୍ୟ ହାର୍ଦ୍ଦିକ ପିନ୍ଧନ୍ତି । ଏହାର ମୂଲ୍ୟ ଯଥାକ୍ରମେ ୧.୬୫ କୋଟି ଓ ୧.୫ କୋଟି । ଏହାବାଦ ହାର୍ଦ୍ଦିକ ରୋଲେକ୍ସ ଆଇଷ୍ଟର ପରପେଚୁଆଲ ଡେଟୋନା କାସ୍ମୋଗ୍ରାଫ ଘଣ୍ଟା ମଧ୍ୟ ବ୍ୟବହାର କରନ୍ତି । ଏହାବାଦ ପାଣ୍ଡ୍ୟା ଲେମ୍ବରଗିନି ହୁରାକେନ ଇବିଓ କାରରେ ଯିବା ଆସିବା କରନ୍ତି । ଯାହାର ମୂଲ୍ୟ ପ୍ରାୟ ୩.୨ କୋଟି । ଏତତବାଦ ତାଙ୍କ ପାଖରେ ରହିଛି ମର୍ସିଡିଜ- ଏମଏମଜି ଜି୬୩, ରେଞ୍ଜ ରୋଭର ୱୋଗ, ଅଡି ଏ୬, ରୋଲ୍ସ ରାୟସ ଫୈଣ୍ଟମ ଭଳି ବହୁ ବିଳାସପୂର୍ଣ୍ଣ କାର ।

Get real time updates directly on you device, subscribe now.