fbpx

ହରେକାଲା ହାଜବାଙ୍କୁ ମିଳିଲା ପଦ୍ମଶ୍ରୀ, ଏହିପରି ରହିଥିଲା ଯୋଗଦାନ

ମାଙ୍ଗାଲୁରୁ: ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କା ୨୦୨୦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ସେହିପରି ମାଙ୍ଗାଲୁରର ୬୪ ବର୍ଷୀୟ କମଳା ବିକେତ୍ରା ହରେକାଲା ହାଜବାଲାଙ୍କୁ ଆଜି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସାମାଜିକ କାମ ଯେଭଳି ଶିକ୍ଷା କ୍ଷେତ୍ରରେ ତାଙ୍କ ଯୋଗଦାନ ଯୋଗୁଁ ହାଜବା ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ହରେକାଲା ହାଜବାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । ‘ଅକ୍ଷର ସାନ୍ତ’ ନାମରେ କୁହାଯାଉଥିବା ହରେକାଲା ସ୍କୁଲରୁ ଆନୁଷ୍ଠାନିକ ଭାବେ ଶିକ୍ଷା ଗ୍ରହଣ କରିବାକୁ ସୁଯୋଗ ପାଇନଥିଲେ । କିଛି ବିଦେଶୀ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ହେବାରେ ଅସମର୍ଥ ହେବାରୁ ସେ ସ୍କୁଲ ପାଇଁ ବିଚାର କରିଥିଲେ । ତାଙ୍କ ନିଉପଡାପୁ ଗାଁରେ କୌଣସି ସ୍କୁଲ ନଥିଲା ଓ ଅନ୍ୟ ପିଲାମାନେ ତାଙ୍କ ପରି ସମାନ ଅସୁବିଧା ଭୋଗନ୍ତୁ ବୋଲି ସେ ଚାହୁଁନଥିଲେ । ଏଥିପାଇଁ ହରେକାଲା ୨୦୦୦ ମସିହାରେ ନିଜ ରୋଜଗାରରୁ ଏକ ଅଂଶ ବଞ୍ଚାଇ ଏକ ଏକର ଜମିରେ ସ୍କୁଲ ତିଆରି ପାଇଁ ନିବେଶ କରିଥିଲେ । ଗାଁର ପିଲାମାନେ ଶିକ୍ଷା ପାଇବା ସହିତ ଗାଁର ଚିତ୍ର ବଦଳାଇବାକୁ ସେ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.