fbpx

ଏହି ତାରିଖରେ ନୂଆ ସରକାର ନେବ ଶପଥ, ପ୍ରଧାନମନ୍ତ୍ରୀ ହେବେ ଉପସ୍ଥିତ

ଚଣ୍ଡିଗଡ: ହରିୟାଣାରେ ନୂଆ ସରକାର ଗଠନର ତାରିଖ ସାମ୍ନାକୁ ଆସିଲା । ନୂଆ ସରକାର ଦଶହର ପରେ ନେବ ଶପଥ । ପଞ୍ଚକୁଲାର ସେକ୍ଟର ୫ର ପଡିଆରେ ସମାରୋହ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ହେଲେ ଏଯାଏଁ କିଏ ମୁଖ୍ୟମନ୍ତ୍ରୀ ହେବେ, ତାହା ସ୍ପଷ୍ଟ କରିନି ବିଜେପି । ତେବେ ନାୟବ ସୈନୀ ହିଁ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ଥିର ହୋଇଛି । ସେହିପରି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ, ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ମନ୍ତ୍ରୀମଣ୍ଡଳରେ ଅନିଲ ଭିଜ ଓ ଅନ୍ୟ କିଛିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ନାୟବ ସୈନୀ ଦୁଇଦିନ ଦିଲ୍ଲୀରେ ଡେରା ପକାଇବା ପରେ ଚଣ୍ଡିଗଡ ଫେରିଆସିଛନ୍ତି । କୁହାଯାଉଛି ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବିଶେଷଜ୍ଞଙ୍କ ମୁତାବକ, ୧୫ ଅକ୍ଟୋବରକୁ ହରିଆଣାରେ ନୂଆ ସରକାର ଗଠନ ହୋଇପାରେ । ଏହା ପୂର୍ବରୁ ବିଧାନସଭା ନିର୍ବାଚନରେ ପାର୍ଟିର ବିଜୟ ପରେ ସମ୍ଭାବିତ ଶପଥ ଗ୍ରହଣ ପୂର୍ବରୁ ନାୟବ ସିଂହ ସୈନୀ ବୁଧାବାର ଦିଲ୍ଲୀ ରେ ମୋଦି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଥିଲେ ।

ଗୁରୁବାର କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ଭେଟିଥିଲେ । ଦୁଇଦିନ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଚାର ବିମର୍ଷ କରି ଆଜି ରାଜ୍ୟକୁ ଫେରିଆସିଛନ୍ତି । ସୈନୀ ପଛୁଆ ବର୍ଗରୁ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଅନୀଲ ଭେଜ, ରାୱ ନରବୀର ସିଂହ, ହରବିନ୍ଦର କଲ୍ୟାଣ, କୃଷ୍ଣ ଲାଲ ମିଡଢା, ଅରବିନ୍ଦ ଶର୍ମା, ବିପୁଲ ଗୋୟଲ, ନିଖିଲ ମଦାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ରହିଛି ।

 

Get real time updates directly on you device, subscribe now.