fbpx

World Cupରେ ହରମନ୍-ମନ୍ଧାନାଙ୍କ ଧମାକା: ଶ୍ରୀଲଙ୍କାକୁ ମିଳିଲା ବିଶାଳ ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଏକ ବିଶାଳ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷକୁ ଦେଇଛି ବିରାଟ ବିଜୟ ଲକ୍ଷ୍ୟ । କର ବା ମର ସ୍ଥିତିରେ ଅଧିନାୟକ ହରମନପ୍ରୀତ ସିଂହ ଏବଂ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଭାରତ ଶ୍ରୀଲଙ୍କାକୁ ୧୭୩ ରନର ଲକ୍ଷ୍ୟ ଦେଇଛି । ମନ୍ଧାନା ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହରମନପ୍ରୀତ ମଧ୍ୟ ୫୨ ରନର ଧମାକାଦାର ଇନିଂସ ଖେଳିଛନ୍ତି ।

ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ୨ଟି ମ୍ୟାଚରେ ଫେଲ ହେବା ପରେ ନିଜର ପ୍ରଚଣ୍ଡ ରୂପ ଦେଖାଇଛନ୍ତି ସ୍ମୃତି ମନ୍ଧାନା । ଶ୍ରୀଲଙ୍କା ବିପକ୍ଷରେ ଶେଫାଳୀ ବର୍ମାଙ୍କ ସହ ଦମଦାର ଆରମ୍ଭ କରି ଭାରତକୁ ବଡ଼ ସ୍କୋର କରିବାକୁ ସାହସ ଦେଇଥିଲେ । ପ୍ରଥମ ୱିକେଟ ପାଇଁ ଭାରତ ୯୮ ରନ୍ କରିଥିବା ବେଳେ ୪୦ ବଲରୁ ୪ଟି ଚୌକା ସହ ୪୩ ରନ୍ କରି ପାଭିଲିୟନ ଫେରିଥିଲେ ଶେଫାଳୀ ବର୍ମା । ଏହାପରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀ କୌର ଟିମ ଇଣ୍ଡିଆ ପାଇଁ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ମୃତି ମନ୍ଧାନା ୩୮ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ସହ ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ତେବେ ପୂର୍ବ ମ୍ୟାଚରେ ଆହତ ହୋଇ ମ୍ୟାଚ ମଝିରେ ଫେରିଥିବା ଟିମ ଇଣ୍ଡିଆର ଅଧିନାୟକ ଦମଦାର କମବ୍ୟାକ କରିଛନ୍ତି । ହରମନପ୍ରୀତ ୨୭ ବଲରୁ ୮ଟି ଚୌକା ଏବଂ ଗୋଟିଏ ଛକା ସହିତ ୫୨ ରନର ଧୂଆଁଦାର ଇନିଂସ ଖେଳିଛନ୍ତି । ଫଳରେ ନିର୍ଦ୍ଧାରିତ ୨୦ ଓଭରରୁ ୧୭୨ ରନ ସଂଗ୍ରହ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ତେବେ ଶ୍ରୀଲଙ୍କା ପକ୍ଷରୁ ଚାମରୀ ଅଥାପଟ୍ଟୁ ୨ଟି ସଫଳତା ପାଇଥିବା ବେଳେ ଆମା କାଞ୍ଚାନା ଗୋଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.