fbpx

Harvard ୟୁନିଭରସିଟିର ବୈଜ୍ଞାନିକ ପ୍ରସ୍ତୁତ କରିବେ ନୂଆ ଆଣ୍ଟିବାୟୋଟିକ୍ ମେଡିସିନ: ଆଦି ମାନବଙ୍କ ଦାନ୍ତରୁ ମିଳିଲା ଏକ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ: ମଣିଷ ଦୈନନ୍ଦିନ ଜୀବନରେ ଅନେକ ରୋଗର ସାମ୍ନା କରିଥାଏ । ଏହିସବୁ ରୋଗକୁ ଦୂରେଇବା ପାଇଁ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟର ସନ୍ଧାନ କରିବା ସହିତ ନୂଆ ମେଡିସିନ ପ୍ରସ୍ତୁତ କରିଥାନ୍ତି । ତେବେ ଏଣିକି ମଣିଷ ଏକ ନୂଆ ଆଣ୍ଟିବାୟୋଟିକ ଦ୍ୱାରା ଅନେକ ପୁରୁଣା ଓ ନୂଆ ବୀମାରୀରୁ ରକ୍ଷା ପାଇ ପାରିବ । ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ବୀମାରୀରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ତେବେ ସୂଚନା ମୁତାବକ, ପ୍ରାଚୀନ ନିଅଣ୍ଡରଥାଲ ମାନବଙ୍କ ଦାନ୍ତରୁ ଏହି ବ୍ୟାକ୍ଟେରିଆକୁ ବାହାର କରାଯିବ । ଏହି ବ୍ୟାକ୍ଟେରିଆ ମଣିଷର ଦାନ୍ତେରେ ଥିବା ଗାତ ଭିତରେ ଲୁଚି ରହିଥିଲେ । ତେବେ ପ୍ରକୃତରେ ଏହି ମଣିଷ ହୋମୋସୋପିୟନ୍ସ ଅଟନ୍ତି । ଏହା ପୂର୍ବରୁ ମଣିଷକୁ ନିଅଣ୍ଡରଥାଲ ମାନବ କୁହାଯାଉଥିଲା । ଏବେ ବେଜ୍ଞାନିକମାନେ ନିଅଣ୍ଡରଥାଲ ମାନବର ଦାନ୍ତରେ ଲୁଚି ରହିଥିବା ବ୍ୟାକ୍ଟେରିଆର ସହାୟତାରେ ଆଣ୍ଟିବାୟୋଟିକ ତିଆରି କରିବାକୁ ଯାଉଛନ୍ତି ।

ପ୍ରତ୍ୟେକ ମଣିଷ ମୁହଁରେ ହଜାର ହଜାର ପ୍ରଜାତିର ବ୍ୟାକ୍ଟେରିଆ ରହିଥାନ୍ତି । ସେଠାରେ ବ୍ୟାକ୍ଟେରିଆଙ୍କର ଦୁନିଆ ରହିଥାଏ । ଏହି ସୂକ୍ଷ୍ମ ଜୀବ ଆମର ଓରାଲ ମାଇକ୍ରୋବାୟୋମର ଏକ ବଡ଼ ଅଂଶ ହୋଇଥାଏ । ହାର୍ଭାର୍ଡ ୟୁନିଭରସିଟିର ଜଣେ ବାୟୋମଲିକୁଲର ଆର୍କିଓଲୋଜିଷ୍ଟ ନିଅଣ୍ଡରଥାଲ ମାନବର ଦାନ୍ତରେ ରହିଥିବା ବ୍ୟାକ୍ଟେରିଆର ଦୁନିଆ ଉପରେ ରିସର୍ଚ୍ଚ କରିବାକୁ ଯାଉଛନ୍ତି । ଏକ ନୂଆ ଟେକନିକ ଆପଣାଇ ଦାନ୍ତରେ ଲୁଚି ରହିଥବବା ବ୍ୟାକ୍ଟେରିଆକୁ ବାହାର କରାଯିବ ।

ଶରୀରରେ ଦାନ୍ତ ଏପରି ଏକ ଜିନିଷ ଯାହାକି ଦୀର୍ଘ ସମୟ ଧରି ସଠିକ୍ ସ୍ଥିତିରେ ରହିଥାଏ । ସେଠାରେ ସବୁଠାରୁ ଅଧିକ ମାତ୍ରାରେ ଡିଏନଏ ମିଳିଥାଏ । ଯେଉଁ ନିଅଣ୍ଡରଥାଲ ମାନବର ଦାନ୍ତ ଉପରେ ରିସର୍ଚ୍ଚ କରାଯିବ, ତାହା ଜୀବିତ ଅବସ୍ଥାରେ ଜୀବାଶ୍ମ ହୋଇଯାଇଛି । ସେହି କାରଣରୁ ତା’ର ଶରୀରରେ ରହିଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇନାହିଁ । ବୈଜ୍ଞାନିକମାନେ ଦାନ୍ତର ଅତ୍ୟନ୍ତ କ୍ଷୁଦ୍ର ଅଂଶରୁ କୋଟି କୋଟି ଡିଏନଏ ବାହାର କରିପାରିବେ । ଏହି ଡିଏନଏ ଅଲଗା ଅଲଗା ପ୍ରଜାତିର ସୂକ୍ଷ୍ମ ଜୀବ ହୋଇଥାଇ ପାରନ୍ତି । ୧୨ ନିଅଣ୍ଡରଥାଲ ମାନବଙ୍କ ଦାନ୍ତକୁ ଯାଞ୍ଚ କରାଯାଇ ବ୍ୟାକ୍ଟେରିଆ ଓ ସୂକ୍ଷ୍ମ ଜୀବ ଉପରେ ଅଧ୍ୟୟନ କରାଯାଇଥିଲା ।

Get real time updates directly on you device, subscribe now.