ହରିୟାଣାରେ ବିଧାନସଭା ନିର୍ବାଚନକୁ ନେଇ ଅମିତ ଶାହାଙ୍କ ବଡ଼ ଘୋଷଣା, ବଢିଯିବ କଂଗ୍ରେସ- ଆପର ଟେନସନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇସାରିଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ କହିଛନ୍ତି ଯେ, ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନିଙ୍କ ନେତୃତ୍ୱରେ ଏକା ଲଢିବ ।

ଏଥିସହ ସେ ଦାବି କରିଛନ୍ତି ଯେ, ପାର୍ଟୀ ଲଗାତାର ତୃତୀୟ ଥର ପୂର୍ଣ୍ଣ ବହୁମତ ସହ ହରିୟାଣାର ଆସନକୁ ପୁଣିଥରେ ହାସଲ କରିବ । ପାର୍ଟୀ ପକ୍ଷରୁ ଜାରି ଏକ ବିବୃତ୍ତିରେ ଅମିତ ଶାହା କହିଛନ୍ତି ଯେ, ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ ସଇନିଙ୍କ ନେତୃତ୍ୱରେ ଲଢିବ ଏବଂ ସେ ଆଗାମୀ ମୁଖ୍ୟମନ୍ତ୍ରୀ ବି ହେବେ ।

ହରିୟାଣାରେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତିରେ ଚର୍ଚ୍ଚା ପାଇଁ ଭାରତୀୟ ଜନତା ପାର୍ଟୀର ପ୍ରଦେଶ କାର୍ଯ୍ୟକର୍ତ୍ତାର ବୈଠକରେ ନେତାମାନେ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋନ୍ଧିତ କରି ଶାହା କହିଛନ୍ତି ଯେ, ତାଙ୍କୁ ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, ବିଜେପି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ କୌଣସି ମଧ୍ୟ ପାର୍ଟୀ ସହ ମେଣ୍ଟ କରିବ ନାହିଁ ।