fbpx

ହରିୟାଣା ବିଧାସଭା ନିର୍ବାଚନ ୨୦୨୪: କଂଗ୍ରେସକୁ ପଛରେ ପକାଇଲା ବିଜେପି

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଭୋଟ ଗଣତି। ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଥିଲା ଯେ, ଏଥର ବିଜେପିକୁ ହରାଇ କଂଗ୍ରେସ ବାଜି ମାରିବ। ଏଗଜିଟ ପୋଲରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବ ବୋଲି ଫଳାଫଳ ପ୍ରକାଶ ପାଇଥିଲା। ହେଲେ ବର୍ତ୍ତମାନ ତା’ର ବିପରୀତ ଦେଖିବାକୁ ମିଳିଛି। ଭୋଟ ଗଣତି ପରେ ବିଜେପି ଆଗୁଆ ରହିଛି।

ସୂଚନାନୁଯାୟୀ, ବର୍ତ୍ତମାନ ମ୍ୟାଜିକ ନମ୍ବର ୪୬ ଛୁଇଁଛି ବିଜେପି। ଲଗାତାର ତୃତୀୟ ଥର ସରକାର କରିବା ସମ୍ଭାବନା ଉଜ୍ୱଳ ହୋଇଛି। ତେବେ ଏହି ଦୌଡରେ କଂଗ୍ରେସ ପଛୁଆ ରହିଛି। କିଛି ସମୟ ପୂର୍ବରୁ ବିଜେପି ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତା ବିଜେପି ଜିତିବା ନେଇ ବଡ଼ ଦାବି କରିଥିଲେ। ୯୦ଟି ଆସନ ପାଇଁ ନିର୍ବାଚନ ହୋଇଥିଲା, ତେବେ ଭୋଟ ଗଣତି ପରେ ଜଣାପଡିଛି ଯେ, ଏଥିରୁ ୪୭ଟି ସିଟ ବିଜେପି ଜିତିଥିବା ବେଳେ, କଂଗ୍ରେସ 36ଟି ଆସନରେ ବିଜୟ ଲାଭ କରିଛି। INLD ୧ଟି ସିଟ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ୬ଟି ସିଟ ହାସଲ କରିଛନ୍ତି।

Get real time updates directly on you device, subscribe now.