fbpx

ବିଳମ୍ବିତ ରାତିରେ କଂଗ୍ରେସ ଜାରି କଲା ଚତୁର୍ଥ ଲିଷ୍ଟ, କିଏ କେଉଁ ଆସନରୁ ଲଢିବେ ଜାଣନ୍ତୁ

ନୂଆଦିଲ୍ଲୀ: ହରିୟାଣାରେ ୫ ଅକ୍ଟୋବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଅକ୍ଟୋବର ୮ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳ ଜାରି କରୁଛନ୍ତି ପ୍ରାର୍ଥୀ ତାଲିକା । ଏହାରି ଭିତରେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ଅମ୍ବାଲା କ୍ୟାଣ୍ଟରୁ ପରିମାଲ ପରୀ, ପାନିପଥ ରୁରଲରୁ ସଚିନ କୁଣ୍ଡୁ, ନରବାନାରୁ ସତବୀର ଡୁବଲେନ, ରାନିଆଁରୁ ସର୍ବମିତ୍ର କମ୍ବୋଜ ଏବଂ ତିଙ୍ଗାବରୁ ରୋହିତ ନାଗାରାଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । କଂଗ୍ରେସ ପ୍ରଥମ, ଦ୍ବିତୀୟ ଏହଂ ତୃତୀୟ ଲିଷ୍ଟରେ ସମୁଦାୟ 81 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଥିଲା ।

ଅନ୍ୟପଟେ ବିଜେପି ମଧ୍ୟ ବିଳମ୍ବିତ ରାତିରେ ତୃତୀୟ ତାଲିକା ପ୍ରକାଶ କରିଛି । ସିରସା ସିଟରୁ ରୋହତାଶକୁ ସୁଯୋଗ ଦେଇଛି ଦଳ । ସେହିପରି ମହେନ୍ଦ୍ରଗଡରୁ କବର ସିଂ ଯାଦବ ଏବଂ ଫରିଦାବାଦ ଏନଆଇଟିରୁ ସତିଶ ଫାଗନାଙ୍କ ଉପରେ ଭରସା କରିଛି ଦଳ । କଂଗ୍ରେସ ଶୁକ୍ରବାର ଦିନ ପାର୍ଟିରେ ଯୋଗ ଦେଇଥିବା ରେସଲର ଭିନେଶ ଫୋଗାଟଙ୍କୁ ଜିନ୍ଦର ଜୁଲାନା ବିଧାନସଭା ପକ୍ଷରୁ ପ୍ରାର୍ଥୀ କରିଛି । ଏହା ବ୍ୟତୀତ ପୂର୍ବତନ ସିଏମ୍ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କୁ ଗଢ଼ୀ ସାମ୍ପଲା କିଲୋଇ ବିଧାନସଭା ଆସନରୁ ଟିକେଟ ଦିଆଯାଇଛି । ଦଳ ହରିୟାଣା ବିଧାନସଭା ନିର୍ବାଚନରେ ରେସଲର ଭିନେଶ ଫୋଗାଟଙ୍କୁ ମଇଦାନକୁ ଓହ୍ଲାଇଛି ।

Get real time updates directly on you device, subscribe now.