fbpx

ହରିୟାଣା ବିଧାନସଭା ନିର୍ବାଚନ: ଆଜି ପ୍ରଚାର ପାଇଁ ଶେଷ ତାରିଖ, ଜୋଶରେ ବିଭିନ୍ନ ରାଜନୈତିକ ଦଳ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ରେ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆଜି ପ୍ରଚାର କରିବାର ଶେଷ ତାରିଖ । ତେଣୁ ଆଜି ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଦମ୍ ଦେଖିବାକୁ ମିଳିବ । ଆଜି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ଶେଷ ହେବ । ଏହା ପରେ କୌଣସି ରାଜନୈତିକ ଦଳ, ଷ୍ଟାର ପ୍ରଚାରକ କିମ୍ବା ପ୍ରାର୍ଥୀ ରାଲି, ଜନସଭା, ରୋଡ୍ ଶୋ କିମ୍ବା ବୈଠକ କରିପାରିବେ ନାହିଁ । ଏହା ପରେ ପ୍ରାର୍ଥୀ ଓ ସମର୍ଥକ ଡୋର-ଟୁ- ଡୋର କ୍ୟାମ୍ପେନ୍ କରିପାରିବେ ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଜୟ ସଂକଳ୍ପ ଯାତ୍ରାର ଶେଷ ଦିନ । ଏହାକୁ ଦୃଷ୍ଟିରେ ରଖି ସେ ଆଜି ହରିୟାଣାର ନୁଂହ, ମହେନ୍ଦ୍ରଗଡ଼, ଅଟେଲି ଏବଂ ନାରନୌଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ । ହରିୟାଣାରେ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲ ୨ ଦିନ ଅର୍ଥାତ ଅକ୍ଟୋବର ୪ ଓ ୫ ତାରିଖ ବନ୍ଦ ରହିବ । କହିରଖୁଛୁ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହେବ ।

Get real time updates directly on you device, subscribe now.