ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି; ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ, କାଲି ନେବେ ଶପଥ

ନୂଆଦିଲ୍ଲୀ: ହରିୟାଣାରେ ବିଜେପି ବିଧାୟକ ଦଳର ନେତା ବାଛିଚି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନାୟବ ସିଂ ସୈନିଙ୍କୁ ପୁଣିଥିରେ ବିଧାୟକ ଦଳର ନେତା ଭାବେ ମନୋନିତ କରାଯାଇଛି । ଆସନ୍ତାକାଲି(ଗୁରୁବାର) ହରିୟାଣାରେ ନୂଆ ସରକାରଙ୍କର ଶପଥ ଗ୍ରହଣ ହେବ । ବିଧାୟକ ଦଳ ବୈଠକରେ ଅନିଲ ବିଜ ଏବଂ କୃଷ୍ଣ ବେଦୀ ସୈନିଙ୍କ ନାମ ପ୍ରସ୍ତାବରେ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଭାବେ ନାଏବ ସିଂ ସୈନିଙ୍କୁ ମନୋନିତ କରାଯାଇଛି ।

ତେବେ ନିର୍ବାଚିତ ହେବା ପରେ ନାଏବ ସିଂ କହିଛନ୍ତି, ହରିୟାଣାର ଜନପ୍ରତିନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଗୀଙ୍କର ନୀତି ଉପରେ ମୋହର ଲଗାଇଛନ୍ତି । ଆଜି ହିଁ ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବାର ଦାବି ରଖିବା । 2047 ମଧ୍ୟରେ ବିକଶିତ ରାଷ୍ଟ୍ର ଗଢି ତୋଳିବା ପାଇଁ ହରିୟାଣାବାସୀ ସଂକଳ୍ପ ନେଇଛନ୍ତି ।

ପ୍ରକାଶଥାଉକି, ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି 48 ସିଟ୍ ଜିତି ସରକାର ଗଢିବାରେ ସଫଳ ହୋଇପାରିଛି । ଅନ୍ୟପଟେ କଂଗ୍ରେସ ଖାତାକୁ 37ଟି ସିଟ୍ ଆସିଛି । ଆଇଏନଅଲଡିକୁ 2ଟି ସିଟ୍ ଏବଂ ନିର୍ଦ୍ଦଳୀୟକୁ 3ଟି ସିଟ୍ ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ 37 ବିଶେଷ ଅତିଥି ସାମିଲ ହେବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.