fbpx

ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି

ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି । ନୁଁହରେ କଂଗ୍ରେସ କାର୍ଯ୍ୟକର୍ତ୍ତା ନିର୍ଦ୍ଦଳୀୟ ପ୍ରାର୍ଥୀ ରହିସ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ଆଶାନ୍ତିର ମାହୋଲ ଦେଖିବାକୁ ମିଳିଛି । ସେହିପରି ହିସାରରେ ମଧ୍ୟ କଂଗ୍ରେସ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ଘଟଣା ସାମନାକୁ ଆସିଛି । ନିର୍ବାଚନ ସମୟରେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି ।

ନୁଁହ ଜିଲ୍ଲା ପୁନହନା ବିଧାନସଭାର ଖ୍ୱାଜାକଲାରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଇଲିୟାସ ଏବଂ ନିର୍ଦ୍ଦଳୀୟ ପ୍ରାର୍ତୀ ରହିସ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ଘଟରା ସାମନାକୁ ଆସିଛି । ଏହି ମାମଲା ସାମନାକୁ ଆସିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଅନ୍ୟପକ୍ଷରେ ପୁନହାନା ବିଧାନସଭାର ଗୁଲାଲତା ଗ୍ରାମରେ ଏଭଳି ଏକ ଆଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଇଳିୟାସ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିସ ଖାନଙ୍କ ସମର୍ଥକମାନଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି । ଉଭୟ ପକ୍ଷ ମଧ୍ୟରେ ପଥରମାଡ଼ ଘଟଣା ସାମନାକୁ ଆସିଛି ।

ହିସାରର ନାରନୋଦ ଅଞ୍ଚଳରେ କଂଗ୍ରେସ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଉଭୟ ପକ୍ଷର ସମର୍ଥକ ପର୍ପର ଉପରେ ନକଲି ଭୋଟିଂ କରିବା ନେଇ ଅଭିଯୋଗ କରିଛନ୍ତି । ତେବେ ମାମଲା ଅଧିକ ଗରମ ହେବା ପୂର୍ବରୁ ପୋଲିସ ଏହାକୁ ନିୟନ୍ତ୍ରଣ କରିଛି । ତେବେ ପୋଲିସର ସଫଳ ଚେଷ୍ଟା ଯୋଗୁଁ ମତଦାନ ଉପରେ ଏହାର ପ୍ରଭାବ ପଡ଼ିନାହିଁ । ତେବେ ମାମଲାରେ କେହି ବିଶେଷ ଆହତ ହୋଇନଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.