fbpx

ହରିଆଣାର IAS ଅଧିକାରୀ ଗିରଫ, ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ହରିଆଣା :ହରିଆଣାର ଜଣେ ଆଏଏସ ଅଧିକାରୀ ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି । ଆଣ୍ଟି କରୋପସନ ବ୍ୟୁରୋ ଟିମ ହରିଆନା ୱେୟାର ହାଉସିଙ୍ଗ କରପୋରେସନ ଏମଡି ଅଧିକାରୀ ଜୟବୀର ଅର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁସାରେ ପାଖ ଜିଲ୍ଲାରେ ପୋଷ୍ଟିଙ୍ଗ ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଥିଲେ ।

ହରିଆନାର ୱାୟାର ହାଉସିଙ୍ଗର ମହିଳା ଡିଏମ ପାଖ ଜିଲ୍ଲାକୁ ପୋଷ୍ଟିଙ୍ଗ କରିଦେବା ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ । ଏହା ପରେ ୩ ଲକ୍ଷ ଟଙ୍କାରେ କରାଇ ଦେବାକୁ କହିଥିଲେ । ତେବେ ଏହା ପୂର୍ବରୁ ଆଣ୍ଟି କାରୋପସନ ବ୍ୟୁରୋ ଅନ୍ୟ ଜରଙ୍କୁ ଗିରଫ କରିଥିଲେ ଏହା ପରେ ତାଙ୍କୁ ପଚରା ଉଚରା କଲା ପରେ ଜଣା ପଡିଥିଲା ଏହି ସବୁ ଟଙ୍କା କେବଳ ଜଣେ ଅଧିକାରୀଙ୍କ ପାଖକୁ ଯାଉଛି ।

ଆଣ୍ଟି କରପସନ ବ୍ୟୁରୋ ହାଉସିଙ୍ଗ କରପସନର ଏମଡି ଜୟବିର ଆର୍ଯ୍ୟ ସମେତ ୩ ଆରୋପିଙ୍କୁ ପୋଷ୍ଟିଙ୍ଗ ଦେବା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ତେବେ ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଥିଲେ ।

Get real time updates directly on you device, subscribe now.