fbpx
BJD SKY
BJD SKY

ପିଲାଙ୍କୁ ଘାରିଛି କି ମୋବାଇଲ ନିଶା ? ଜାଣନ୍ତୁ କିପରି ଛଡାଇବେ ତାଙ୍କର ଏହି ଅଭ୍ୟାସ

BJD

ଆଜିକାଲି ବହୁତ କମ୍ ବୟସର ପିଲାମାନେ ମୋବାଇଲରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ସେମାନେ ଖୁବ୍ କମ ବୟସରୁ ମୋବାଇଲ ବିଷୟରେ ଅନେକ କିଛି କଥା ଜାଣିପାରନ୍ତି । ଏପରି କିଛି ପିଲା ଅଛନ୍ତି ଯେଉଁମାନେ ୨ ମିନିଟ ପାଇଁ ମଧ୍ୟ ମୋବାଇଲକୁ ନିଜଠାରୁ ଦୂର କରନ୍ତି ନାହିଁ ,ଯାହାକି ବର୍ତ୍ତମାନ ଅବିଭାବକଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ଦେଖିବକୁ ମିଳେ ଯେ ୩ ରୁ ୪ ବର୍ଷ ବୟସର ପିଲାମାନଙ୍କ ଠାରୁ ମୋବାଇଲ ଛଡାଇନେଲେ ସେମାନେ କାନ୍ଦିବା ସହ ମୋବାଇଲ ନଦେବାକୁ ଜିଦି ମଧ୍ୟ କରିଥାନ୍ତି । ତେବେ ଏତେ କମ୍ ବୟସରୁ ପିବଲାମାନଙ୍କ ଏହି ମୋବାଇଲ ନିଶା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବା ସହ ସେମାନଙ୍କୁ ଖରାପ ରାସ୍ତାକୁ ମଧ୍ୟ ନେଇଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ପିଲାମାନଙ୍କ ଠାରୁ ଏହି ମୋବାଇଲ ନିଶା କିପରି ଦୂର କରିବା ।

ପିଲାମାନଙ୍କୁ ନୂତନ ଜିନିଷ ଶିଖାଇବା:

ପିଲାମାନେ ବହୁତ ଚଞ୍ଚଳ ହୋଇଥାନ୍ତି ଏବଂ ସେମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ଥାଏ । ଯାହାଫଳରେ ସେମାନେ ଖୁବ ଶୀଘ୍ର ବହୁତ କିଛି କଥା ଶିଖି ପାରନ୍ତି । ତେଣୁ ପିଲାମାନଙ୍କ ଠାରୁ ଫୋନକୁ ଦୂର କରିବାକୁ ଚାହୁଁଥିଲେ ସେମାନଙ୍କ କିଛି ନୂଆ ନୂଆ କଥା ବା କାର୍ଯ୍ୟ ଶିଖାନ୍ତୁ । ଯେପରିକି ନାଚ, ଗୀତ, ଚିତ୍ର ଅଙ୍କନ ପରି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ । ଯାହାଫଳରେ ସେମାନେ ମୋବାଇଲ ଠାରୁ ଦୂରେଇ ରହିବେ ।

ପିଲାମାନଙ୍କୁ ସମୟ ଦିଅନ୍ତୁ:

ଯଦି ପିଲାମାନଙ୍କୁ ମୋମବାଇଲ ଠାରୁ ଦୂରେଇ ରଖିବାକୁ ଚାହୁଁଚନ୍ତି ତେବେ ଆପଣ ନିଜେ ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ । ତାଙ୍କୁ କିଛି ଗପ ମଜା କଥା ଏବଂ ଶିକ୍ଷଣିୟ କଥା କୁହନ୍ତୁ ,ସେମାନଙ୍କୁ ପର୍କକୁ ବୁଲାଇନେବା ସହ ତାଙଅକ ସହ ଖେଳନ୍ତୁ । ଏପରି କିବା ଦ୍ୱାରା ସେମାନେ ଫୋନ୍ କମ୍ ବ୍ୟବହାର କରିବେ ଏବଂ ଶାରୀରକ ଏ ମାନସିକ ସ୍ତରରେ ସୁସ୍ଥ ରହିବେ । ଏତତ୍ ବ୍ୟତୀତ ଲାମାନଙ୍କ ସହିତ ସମୟ ବିତାଇବା ହେତୁ ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ଭଲ ହେବ ।

ସୀମା ନିର୍ଦ୍ଧାରଣ କରନ୍ତୁ :

ପିଲାମାନେ ଅଧିକ ମାତ୍ରାରେ ଫୋନ୍ ବ୍ୟବହାର କରୁଥିଲେ ସେମାନଙଅକ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ । ଯାହାଫରେ ପିଲାମାନେ ମୋବାଇଲରେ କମ ସମୟ ଅତିବାହିତ କରିପାରିବେ ।

Get real time updates directly on you device, subscribe now.