fbpx

ବାସନ ମାଜି ମାଜି ହାତ ଶୁଷ୍କ ହୋଇଯାଇଛି କି ? ହାତର କୋମଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ସାଧାରଣତଃ ଶୀତ ଦିନେ ତ୍ୱଚାର ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଖରା, ପ୍ରଦୂଷଣ ଇତ୍ୟାଦି କାରଣରୁ ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲିଯାଇଥାଉ । ବିଶେଷ କରି ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଅବହେଳା କରୁଥିବାର ଦେଖାଯାଇଥାଏ । ହାତ ସଫା ରହିଲେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ କମିଥାଏ । ତେବେ ନିମ୍ନଲିଖିତ ଉପାୟ ଦ୍ୱାରା ଆମେ ହାତକୁ କୋମଳ ରଖିପାରିବା ।

୧. ନିୟମିତ ମଇଶ୍ଚରାଇଜିଂ: ନିୟମିତ ତ୍ୱଚାର ଯତ୍ନ ନେବା ଦ୍ୱାରା ତ୍ୱଚାର କୋମଳତା ବଜାୟ ରହିଥାଏ । ତେଣୁ ମେନିକ୍ୱୋର ଏବଂ ପେଡିକ୍ୱୋର କରିବା ଉପରେ ଗୁରୁତ୍ୱ ଦିଅନ୍ତୁ । ବିଶେଷ କରି ଗାଧୋଇବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଭଲ ମଶଶ୍ଚରାଇଜ୍ ବ୍ୟବହାର କରନ୍ତୁ ।

୨. ଗରମ ପାଣିରୁ ଦୂରେଇ ରୁହନ୍ତୁ: ହାତ ଧୋଇବା ସମୟରେ ଯେତେ ଦୂର ସମ୍ଭବ ଗରମ ପାଣି ଠାରୁ ଦୂରେଇ ରୁହନ୍ତୁ । ଏହା ତ୍ୱଚାର ଆଦ୍ରତାକୁ ନଷ୍ଟ କରି ଶୁଷ୍କ କରିଥାଏ । ହାଲୁକା ନଖ ଉଷୁମ ପାଣି କିମ୍ବା ଥଣ୍ଡା ପାଣି ବ୍ୟବହାର କରିପାରିବେ । ହାତ ଧୋଇବା ପରେ ମଇଶ୍ଚରାଇଜର ବ୍ୟବହାର କରନ୍ତୁ ।

୩. ଏକ୍ସଫୋଲିଏଟ୍ କରନ୍ତୁ: ତ୍ୱଚାକୁ ଏକ୍ସଫୋଲିଏଟ୍ କରିବା ଅର୍ଥାତ ତ୍ୱଚାର ଡେଡ୍ ସ୍କିନ୍ ସେଲ୍ସକୁ ହଟାଇବା । ଏଥିପାଇଁ ବଜାରରେ ଉପଲବ୍ଧ ହେଉଥିବା ସ୍କ୍ରବ୍ କିମ୍ବା ଘରୋଇ ସ୍କ୍ରବ୍ ବ୍ୟବହାର କରିପାରିବେ । ଘରୋଇ ସ୍କ୍ରବ୍ ପାଇଁ ଗୋଟିଏ ପାତ୍ରରେ ଗୋଟିଏ ଚାମଚ ଚିନି, ଅଳ୍ପ ମହୁ ଏବଂ ଅଲିଭ୍ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ହାତରେ ଲଗାଇ ହାଲୁକା ମାଲିଶ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ହାତ ନରମ ହୋଇଯିବ ।

୪. ଗ୍ଲୋଭ୍‌ସ ପିନ୍ଧି ବାସନ ମାଜନ୍ତୁ: ଅନେକ ସମୟରେ ବାସନ ମାଜିବା ସମୟରେ ଡିସୱାଶ୍ ସାବୁନ୍ ଏବଂ ଲିକ୍ୱିଡର ସଂସ୍ପର୍ଶରେ ସମୟକ୍ରମେ ହାତ ଶୁଷ୍କ ହୋଇଥାଏ । ସବୁବେଳେ ପାଣି ହାତ ହେବା ଦ୍ୱାରା ନଖ ମଧ୍ୟ ଭାଙ୍ଗିଯିବାର ଭର ଥାଏ । ତେଣୁ ହାତକୁ ସୁରକ୍ଷିତ ରଖିବା ପାଇଁ ଗ୍ଲୋଭ୍‌ସ ବ୍ୟବହାର କରନ୍ତୁ ।

୫. ନଡ଼ିଆ ତେଲ ଏବଂ ମହୁ: ଶୁଷ୍କ ହାତ ପାଇଁ ନଡ଼ିଆ ତେଲ ଏବଂ ମହୁ ଏକ ଉତ୍ତମ ପ୍ରାକୃତିକ ମଇଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ । ନଡ଼ିଆ ତେଲ ତ୍ୱଚାର ଗଭୀର ଭାବେ ହାଇଡ୍ରେଟ୍ ରଖିଥାଏ ଏବଂ ମହୁ ତ୍ୱଚାର ଆଦ୍ରତା ବଜାୟ ରଖିବା ସହ ଚମକ ଆଣିଥାଏ । ସପ୍ତାହରେ ୨-୩ ଥର ନଡ଼ିଆ ତେଲ ଏବଂ ମହୁର ମିଶ୍ରଣକୁ ଗାଧୋଇବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ମାଲିଶ କରନ୍ତୁ ।

୬. ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଶରୀରକୁ ଭିତରୁ ହାଇଡ୍ରେଟ୍ ରଖନ୍ତୁ । ନିୟମିତ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ । ଫଳରେ ଶରୀର ଡିଟକ୍ସିଫାଇ ମଧ୍ୟ ହୋଇଥାଏ ।

୭. ଖରାରୁ ସୁରକ୍ଷା: ଖରାକୁ ବାହାରିବା ପୂର୍ବରୁ ହାତରେ ସନସ୍କ୍ରିନ୍ ଲଗାନ୍ତୁ କିମ୍ବା ଲମ୍ବା ଗ୍ଲୋଭ୍‌ସ ପିନ୍ଧନ୍ତୁ । ଏହା ଆପଣଙ୍କୁ ସନ୍ ଟ୍ୟାନରୁ ମଧ୍ୟ ଦୂରେଇ ରଖିଥାଏ ।

Get real time updates directly on you device, subscribe now.