fbpx

ହାଥରସ ଅଘଟଣ; ମୁହଁ ଖୋଲିଲେ ବାବା ନାରାୟଣ ସାକାର, କହିଲେ ଏପରି କଥା

Advertisement

ହାଥରସ: ଉତ୍ତର ପ୍ରଦେଶର ହାଥରସରେ ସତ୍‌ସଙ୍ଗରେ ୧୨୧ ଜଣଙ୍କ ଜୀବନ ଯାଇଥିବା ଘଟଣାର ଖଳନାୟକ ନାରାୟଣ ସାକାର ହରି ଏକ ଚିଠି ଜାରି କରି ପ୍ରଥମ ବୟାନ ଦେଇଛନ୍ତି । ବାବା ଇଂରାଜୀରେ ଜାରି ଏକ ଚିଠିରେ କହିଛନ୍ତି ଯେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ବାବା ସେହି ଚିଠିରେ ଲେଖିଛନ୍ତି- ଆମ ତରଫରୁ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ଡକ୍ଟର ଏପି ସିଂହଙ୍କୁ କୁହାଯାଇଛି କି ସତ୍‌ସଙ୍ଗ ପରେ କିଛି ଶତ୍ରୁ ଏପରି ଦଳାଚକଟା ପରିସ୍ଥିତି ସୃଷ୍ଠି କରିଛନ୍ତି । ଏଥି ପାଇଁ ସେମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏସବୁ ଭିତରେ ବାବାଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ନାମର କୋଡ୍ ୱାର୍ଡ ଦିଆଯାଇଥିବା କୁହାଯାଉଛି ।

ଗୋଲାପୀ ପୋଷାକ ପିନ୍ଧିଥିବା ସେବାୟତମାନେ ନାରାୟଣୀ ସେନା ନାମରେ ପରିଚିତ ଥିଲେ । ନାରାୟଣୀ ସେନା ସହିତ ଥିବା କଳା କମାଣ୍ଡୋମାନଙ୍କୁ ଗରୁନା ଯୋଦ୍ଧା ବୋଲି କୁହାଯାଉଥିଲା । ଯେଉଁ ବ୍ୟକ୍ତି ମୁଣ୍ଡରେ ଟୋପି ପିନ୍ଧି ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ, ତାଙ୍କୁ ସବୁଜ ବାହକ ନାମ ଦିଆଯାଇଥିଲା ।

ବ୍ଲାକ୍ କମାଣ୍ଡୋମାନେ ୨୦-୨୦ ଟି ଦଳରେ ଥିଲେ। ଗୋଲାପୀ ପୋଷାକ ପିନ୍ଧିଥିବା ନାରାୟଣୀ ସେନା ୫୦-୫୦ ଦଳରେ ଥିଲେ । ସବୁଜ ବାହକମାନେ କ୍ୟାପ୍ ଏବଂ ବ୍ରାଉନ୍ ଡ୍ରେସ୍ ପିନ୍ଧି ୨୫-୨୫ ଜଣିଆ ଦଳରେ ଥିଲେ । ଅପରପକ୍ଷରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ହାଥରସ ଗସ୍ତ କରି ଡାକ୍ତରଖାନାରେ ପୀଡ଼ିତାଙ୍କୁ ଭେଟିଛନ୍ତି ।

ପୀଡ଼ିତାଙ୍କୁ ଭେଟି ଯାଞ୍ଚ କରିବା ପରେ ଘଟଣାର ବିଚାର ବିଭାଗୀୟ କମିଟି ଦ୍ୱାରା ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି ।

Get real time updates directly on you device, subscribe now.