fbpx

ଏହି ସ୍ଥାନକୁ ରାତିରେ ଗଲେ ଥରିଯାଏ ଛାତି: କାରଣ ଭୁତ ନା ଆଉ କିଛି…

ନୂଆଦିଲ୍ଲୀ: ଭୁତ ପ୍ରେତକୁ ନେଇ ଲୋକଙ୍କ ମନରେ ବହୁତ କିଛି ଅନ୍ଧବିଶ୍ୱାସ ଥାଏ । କିଛି ଲୋକ ଭୁତ ପ୍ରେତଙ୍କୁ ବିଶ୍ୱାସ କରୁଥିବାବେଳେ ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭୁତ ବା ପ୍ରେତଙ୍କ ବିଶ୍ୱାସ କରି ନଥାନ୍ତି । ତେବେ ଏପରି କିଛି ସ୍ଥାନ ଅଛି ଯେଉଁ ସ୍ଥାନକୁ ରାତି ସମୟରେ ଯିବା ପାଇଁ ଲୋକମାନେ ଡରିଥାନ୍ତି । ତେବେ ବାରଣାସୀରେ ଆଜି ମଧ୍ୟ ଏପରି ଅନେକ ସ୍ଥାନ ଅଛି, ଯେଉଁ ସ୍ଥାନକୁ ହୃଦରୋଗରେ ପିଡ଼ିତ ବ୍ୟକ୍ତିମାନେ ରାତି ସମୟରେ ଯିବାକୁ ଡରିଥାନ୍ତି । କିଛି ଅଜବ ସ୍ୱର,କିଛି ରହସ୍ୟମୟୀ ଆକୃତି କିମ୍ବା ଅଦୃଶ୍ୟ ଶକ୍ତି । କଣ ରହିଛି ସତ? ତେବେ ଆସନ୍ତୁ ଜାଣିବା ଏପରି ଅନେକ ସ୍ଥାନରେ ଥିବା କାହାଣୀ ବିଷୟରେ ।

ବାରାଣାସୀର ବାବା ବିଶ୍ୱନାଥଙ୍କ ସହର ହେଉଛି କାଶୀ । ଏହାକୁ ମନ୍ଦିରର ସହର କୁହାଯାଏ । ଏହି ପବିତ୍ର ସହରରେ ସକାଳ କିମ୍ବା ସନ୍ଧ୍ୟାରେ ସବୁବେଳେ ଘଣ୍ଟଘଣ୍ଟାର ଶବ୍ଦ ଶୁଣାଯାଏ, କିନ୍ତୁ କାଶୀରେ ଏପରି ଅନେକ ଭୟଙ୍କର ସ୍ଥାନ ଅଛି, ଯେଉଁଠାରେ ଆଜି ମଧ୍ୟ ଲୋକମାନେ ରାତିରେ ଯିବାକୁ ଭୟ କରୁଛନ୍ତି । ଭୟର କାରଣ ଭୂତ ଏବଂ ପ୍ରେତ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା ଏହି ସ୍ଥାନଗୁଡିକ ଯାହାକୁ ଲୋକମାନେ ରହସ୍ୟମୟୀ ବୋଲି କହନ୍ତି ।

ବାରାଣାସୀକୁ ଚାନ୍ଦୁଲି ଜିଲ୍ଲା ସହିତ ସଂଯୋଗ କରୁଥିବା ଗଙ୍ଗା ଉପରେ ନିର୍ମିତ ରାଜଘାଟ ବ୍ରିଜକୁ ଭୂତ ବ୍ରିଜ କୁହାଯାଏ । ଏହି ସେତୁ ଗଙ୍ଗା ଉପରେ ନିର୍ମିତ ହୋଇଛି ଏବଂ ଅନେକ ଲୋକ ଏହି ସେତୁରୁ ଡେଇଁ ମୃତ୍ୟବରଣ କରିଛନ୍ତି । ସ୍ଥାନୀୟ ଲୋକମାନେ କୁହନ୍ତି ଯେ ମଧ୍ୟରାତ୍ରିରେ ଏହି ବ୍ରିଜରେ ବେଳେବେଳେ ରହସ୍ୟମୟ ଜିନିଷ ଦେଖାଯାଏ । ଲୋକମାନେ ଏହି ସ୍ଥାନକୁ ଯିବା ପାଇଁ ଭୟ ପ୍ରକାଶ କରିଥାନ୍ତି ।

ବାରାଣାସୀର ଗଙ୍ଗା କୂଳରେ ଅବସ୍ଥିତ ଚେତ ସିଂ ଦୁର୍ଗକୁ ରହସ୍ୟମୟୀ ସ୍ଥାନ ଭାବେ ଆଖ୍ୟା ଦିଆଯାଇଛି । ଦିନରେ ଏଠାରେ ଲୋକ ଗହଳି ଥାଏ, କିନ୍ତୁ ଅନ୍ଧାର ହେବା ମାତ୍ରେ ଏଠାରେ ଶୂନଶାନ ହୋଇଯାଏ ।

ମହାଶ୍ମଶାନ ମଣିକର୍ଣ୍ଣିକା ଘାଟରେ ମଧ୍ୟ ଲୋକମାନେ ମଧ୍ୟରାତ୍ରିରେ ଯିବାକୁ ଭୟ କରନ୍ତି । ଏହି ଘାଟରେ ୨୪ ଘଣ୍ଟା ମୃତଦେହକୁ ଶବଦାହ କରାଯାଏ । ଏହି ଘାଟରେ ଅନେକ ଥର ଏପରି ଚିତ୍ର କ୍ୟାମେରାରେ କଏଦ ହୋଇଛି, ଯାହା ଦେଖିବା ପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ । ମେ ୨୦୨୦ ରେ, ବିଏଚୟୁ ଡାକ୍ତର ଭି.ଏନ୍ ମିଶ୍ର ମୃତ ଦେହ ଜଳିବାର ଏକ ଫଟୋ କ୍ଲିକ୍ କରିଥିଲେ, ଯେଉଁଥିରେ ମୃତ ଶରୀର ଉପରେ ଏକ ଚିତ୍ର ଦେଖାଯାଇଥିଲା, ଯାହାକୁ ଅନେକ ଲୋକ ଆତ୍ମା ବୋଲି କହିଥିଲେ କିନ୍ତୁ ବିଜ୍ଞାନ ଏପରି ଦାବିକୁ ଗ୍ରହଣ କରିନଥିଲା ।

ଏହା ବ୍ୟତୀତ ବିଏଚୟୁରେ ଅବସ୍ଥିତ ପୋଷ୍ଟମର୍ଟମ ହାଉସକୁ ଭୁତପ୍ରେତ ମାନଙ୍କ ସ୍ଥାନ ମଧ୍ୟ କୁହାଯାଏ । ରାତିର ଅନ୍ଧକାରରେ, ଦୁର୍ବଳ ହୃଦୟ ଥିବା ଲୋକମାନେ ଏଠାକୁ ଯିବାକୁ ଭୟ କରନ୍ତି । ତେବେ ଅନେକ ଥର ଏଠାରେ ଲୋକମାନେ ଅଦ୍ଭୁତ ଏବଂ ଭୟାନକ ସ୍ୱର ଶୁଣନ୍ତି । କିଛି ଦିନ ପୂର୍ବରୁ ଏହି ପୋଷ୍ଟ ମର୍ଟମ ହାଉସକୁ ଏଠାରୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.