କେହିବି ଋଣ ବୋଝରେ ବୁଡ଼ି ରହିବାକୁ ଚାହେନାହିଁ । କିନ୍ତୁ ଅନେକ ସମୟରେ ଆର୍ଥିକ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ କରଜ କରିବାକୁ ପଡ଼ିଥାଏ । ଅନେକ ସମୟରେ କରଜରୁ ମୁକ୍ତି ମିଳିବା କଷ୍ଟକର ହୋଇପଡ଼େ । ତେବେ କ’ଣ ଆପଣ ଜାଣନ୍ତୁ କରଜରେ ବୁଡ଼ି ରହିବା ବାସ୍ତୁଗତ ସମସ୍ୟା ଯୋଗୁଁ ମଧ୍ୟ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ଛୋଟ-ଛୋଟ କଥା ଉପରେ ଧ୍ୟାନ ଦେବେ ତାହଲେ ଋଣ ବୋଝ ହାଲୁକା ହୋଇପାରେ ।
– ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିମ୍ବା ଦୋକାନରେ ମା’ ଲକ୍ଷ୍ମୀ ଏବଂ କୁବେରଙ୍କ ଫଟୋ ଉତ୍ତର ଦିଗରେ ସ୍ଥାପନ କରିବା ଉଚିତ । ବାସ୍ତୁଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗ ସହ ମା ଲକ୍ଷ୍ମୀ ଏବଂ କୁବେରଙ୍କ ସହ ଜଡ଼ିତ ତେଣୁ ଏହି ଦିଗରେ ମା ଲକ୍ଷ୍ମୀ ଏବଂ କୁବେରଙ୍କ ଫଟୋକୁ ରଖି ନିୟମତି ପୂଜା କଲେ କରଜରୁ ମୁକ୍ତି ମିଳିଥାଏ ।
– ଅନେକ ଲୋକ ଖାଇବା ପରେ ଅଇଁଠା ବାସନକୁ ସେହିଭଳି ରଖି ଦିଅନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କରିବା ଦ୍ୱାରା ଘରେ ଦରିଦ୍ରତା ବଢ଼ିଥାଏ । ଏହା ସହ ଘରେ ଧନ ହାନି ହୋଇଥାଏ । ଧନ ଆସୁଥିଲେ କୌଣସି ଉନ୍ନତି ହୋଇନଥାଏ । ତେଣୁ ଅଇଁଠା ବାସନକୁ ସବୁବେଳେ ସଫା କରି ରଖନ୍ତୁ ।
– ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିମ୍ବା ଦୋକାନରେ ଦର୍ପଣକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ଲଗାଇବା ଦରକାର । ଏମିତି କରିବା ଦ୍ୱାରା ଋଣ ବୋଝ ବଢ଼ିନଥାଏ ।
– ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଆପଣ କାହାଠାରୁ ଲୋନ କିମ୍ବା ଟଙ୍କା ଲୋନ ନେଇଛନ୍ତି ତେବେ ତାହାର ପ୍ରଥମ କିସ୍ତି ମଙ୍ଗଳବାରରେ ଭରିବା ଦରକାର, ଏମିତି କରିବା ଦ୍ୱାରା ଜଲଦୀ କରଜରୁ ମୁକ୍ତି ମିଳିଥାଏ ।
– ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିମ୍ବା ଅଫିସରେ ବାଥରୁମ ଦକ୍ଷିଣ ପଶ୍ଚିମ ଦିଗରେ କରନ୍ତୁ ନାହିଁ । ଏହି ଦିଗରେ ବାଥରୁମ କରିବା ଦ୍ୱାରା ଋଣ ଭାର ବଢ଼ିଥାଏ । ଯଦି ତିଆରି କରିସାରିଛନ୍ତି ତେବେ ସେହି କୋଣରେ ଏକ ପାତ୍ରରେ ଲୁଣ ଭର୍ତ୍ତିକରି ରଖିଦିଅନ୍ତୁ । ଏହାଦ୍ୱାରା ଋଣ ବୋଝରୁ ମୁକ୍ତି ମିଳିଥାଏ ।