fbpx

କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ପ୍ରଶ୍ନ; ହାଜର ହେବାରେ କ’ଣ ଅସୁବିଧା ଅଛି?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି । ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଥିଲା, ଯାହା ପରେ କେଜ୍ରିୱାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗିରଫଦାରୀରୁ ସୁରକ୍ଷା ମାଗିଥିଲେ । କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ଇଡିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କେଜ୍ରିଓ୍ଵାଲଙ୍କୁ ପଚାରିଥିଲେ, ଆପଣ କାହିଁକି ହାଜର ହେବାକୁ ଚାହୁଁନାହାଁନ୍ତି ? ଏଭଳି ଘଟଣା ଆମେ ଦେଖିଛୁ । ସାଧାରଣତଃ ପ୍ରଥମ କିମ୍ବା ଦ୍ବିତୀୟ ଦିନରେ କାହାକୁ ଗିରଫ କରାଯାଏ ନାହିଁ । ଯଦି ଗିରଫ କରିବାର କୌଣସି ଯଥାର୍ଥ କାରଣ ଥାଏ, ତେବେ ତାହା କରାଯାଏ, କିନ୍ତୁ କାରଣ ମଧ୍ୟ ଦିଆଯାଏ ।

ଗିରଫଦାରୀରୁ ସୁରକ୍ଷା ଦାବି କରି କେଜ୍ରିୱାଲ କହିଛନ୍ତି, ଆମେ ସାଧାରଣ ଅପରାଧୀ ନୁହଁ, ଆମେ କୌଣସି ସ୍ଥାନକୁ ଯାଉନାହୁଁ । ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ଜବାବ ଦାଖଲ କରିନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ ହେବ ।

Get real time updates directly on you device, subscribe now.