fbpx

ପୁଣି ଆସିଲା ଖୁସି ଖବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜୁନିୟର ଆସିଷ୍ଟାଣ୍ଟ ପଦର ଆବେଦନ ଫିସ୍ ହ୍ରାସ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ସହାୟକ ପଦ ପୂରଣ ପାଇଁ ନିକଟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇ ଓଡ଼ିଶାରେ ୨୮ଟି ଓ ବିଏସଇ ଓଡ଼ିଶାରେ ୨୦ଟି ଏପରି ଭାବେ ମୋଟ ୧୦୮ଟି ଜୁନିୟର ଆସିଷ୍ଟାଣ୍ଟ ପଦ ଖାଲି ରହିଥିଲା ।

ତେବେ ଉକ୍ତ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ଆବେଦନ ଫିସ୍ ହ୍ରାସ କରାଯାଇଛି । ପୂର୍ବରୁ ଏସସି, ଏସଟି ଓ ପିଡବ୍ଲ୍ୟୁଡିଙ୍କ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୨୦୦ ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି ଅଣସଂରକ୍ଷିତ ଓ ଏସଇବିସିଙ୍କ ପାଇଁ ପୂର୍ବରୁ ୧୦୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୫୦୦ ଟଙ୍କା କରାଯାଇଛି । ଏନେଇ ଏସଏସବି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରଯାଇଛି ।

ଏହି ସମସ୍ତ ପଦ ପୂରଣ ପାଇଁ ମାର୍ଚ୍ଚ ୧୬ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖରେ ସରିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯିବ ।

ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ବେସିକ୍ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଜାଣିଥିବେ । ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://apps.ssbodisha.ac.in/juniorassistants/

ବିଜ୍ଞପ୍ତି ଲିଙ୍କ: https://apps.ssbodisha.ac.in/juniorassistants/Advt.Jr.Asst.pdf

ଆବେଦନ ଫିସ୍ ହ୍ରାସ ଲିଙ୍କ: https://apps.ssbodisha.ac.in/juniorassistants/CORRIGENDUM.pdf

Get real time updates directly on you device, subscribe now.