fbpx

(Video)’ମତେ ‘କିଙ୍ଗ କୋହଲି’ ବୋଲି ଡାକନ୍ତୁ ନାହିଁ, just call me Virat’…ପ୍ରଶଂସକଙ୍କୁ ବିରାଟଙ୍କ ଅନୁରୋଧ

ନୂଆଦିଲ୍ଲୀ: ‘କିଙ୍ଗ କୋହଲି’ ନକହିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଗତକାଲି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ୟୁନବକ୍ସ ଇଭେଣ୍ଟ ସମୟରେ ସେ ଏଭଳି କିଛି କହିଛନ୍ତି। ତେବେ ‘କିଙ୍ଗ କୋହଲି’ ଭାବେ ଘରେ ଘରେ ପରିଚିତ ଥିବା କ୍ରିକେଟର ବିରାଟ ଏଭଳି କହିବାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆହୁରି ଉତ୍ସାହ ଦେଖାଦେଇଛି।

ସୂଚନା ଥାଉକି, ଆଉ ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୨ ତାରିଖ ଦିନ ହେବ ଆରମ୍ଭ ହେବ ୨୦୨୪-ଆଇପିଏଲ ମହାଲଢେଇ। ଆଉ ଏହା ପୂର୍ବରୁ ଆରସିବି ଫ୍ରାଞ୍ଚାଇଜି ନିଜ ନାମରେ ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜି ନିଜ ଦଳର ନାଁରୁ ବାଙ୍ଗାଲୋର ଶବ୍ଦ ହଟାଇ ଏହି ସ୍ଥାନରେ ବେଙ୍ଗଲୁରୁକୁ ସ୍ଥାନ ଦେଇଛି । ‘ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର’କୁ ପରିବର୍ତ୍ତନ କରି ‘ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ’ ଭାବରେ ନୂଆ ନାଁ ବାଛିଛି ଫ୍ରାଞ୍ଚାଇଜି । ଗତକାଲି ଏନେଇ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ୟୁନବକ୍ସ ଇଭେଣ୍ଟରେ ଘୋଷଣା କରାଯାଇଛି। ତେବେ ଏହି ସମୟରେ ବିରାଟଙ୍କୁ ‘କିଙ୍ଗ’ କହି ସମ୍ବୋଧିତ କରିଥିଲେ ଆଙ୍କର । କିନ୍ତୁ ଏହା ବିରାଟଙ୍କୁ ପସନ୍ଦ ଆସିନଥିଲା । ଅତ୍ୟନ୍ତ ଭଦ୍ରତାର ସହ ସେ କିଙ୍ଗ ନକହିବାକୁ ଫ୍ୟାନ୍ସମାନଙ୍କୁ ଅନୁରୋଧ କରିଥିଲେ । ‘କିଙ୍ଗ’ ଗୋଟେ ବିରାଟ ବଡ଼ ଶବ୍ଦ । ଏଥିପାଇଁ ସେ ଉପଯୁକ୍ତ ନୁହଁନ୍ତି ବୋଲି ଏହି ଅବସରରେ କହିଥିଲେ । ତେବେ ତାଙ୍କୁ କେବଳ ‘ବିରାଟ’ ବୋଲି ଡକାଯାଉ ବୋଲି ସେ କହିଥିଲେ । ଯାହାକୁ ନେଇ ଆରସିବି ପ୍ରଶଂସକଙ୍କ ମଧ୍ୟରେ ଆହୁରି ଉତ୍ସାହ ଦେଖାଦେଇଥିଲା । ତେବେ ଏହି ସମୟରେ ‘ଅକାୟ’ଙ୍କ ଜନ୍ମକୁ ନେଇ ମଧ୍ୟ ପ୍ରଶଂସକମାନେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେପଟେ ପଡ଼ିଆକୁ ଫେରିବାର ଆନନ୍ଦ ସବୁବେଳେ ଅବର୍ଣ୍ଣନୀୟ ବୋଲି କୋହଲି କହିଥିଲେ । ଆଉ ଏହି ସମୟରେ କୋହଲି-କୋହଲି ଧ୍ୱନିରେ ପୂରା ଷ୍ଟାଡିୟମ କମ୍ପି ଉଠିଥିଲା । ପରିସ୍ଥିତି ଏପରି ହେଲା ଯେ, ନିଜର ମତ ରଖିବା ପାଇଁ ବିରାଟଙ୍କୁ ଜନତାଙ୍କ ସାମ୍ନାରେ ଅନୁରୋଧ କରିବାକୁ ପଡ଼ିଥିଲା।

Get real time updates directly on you device, subscribe now.