fbpx

(video)ପୁଣି ହୃଦୟ ଜିଣିଲେ ଦେଶୀ ଗାର୍ଲ, ପୁରା ପରିବାର ସହ ପାରମ୍ପରିକ ଲୁକ୍‌ରେ କଲେ ରାମଲାଲାଙ୍କ ଦର୍ଶନ

ଓଡ଼ିଶା ଭାସ୍କର: ବଲିଉଡ୍ ପରେ ହଲିଉଡ୍‌ରେ ନିଜ ପ୍ରଭାବ ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକ୍ ଜୋନସ୍‌ଙ୍କୁ ବିବାହ ପରେ ପ୍ରିୟଙ୍କା ଆମେରିକା ସିଫ୍ଟ ହୋଇଯାଇଥିଲେ ବି ଭାରତରେ ତାଙ୍କ ଫ୍ୟାନ ଫଲୋଇଂରେ କୌଣସି ହ୍ରାସ ଘଟିନାହିଁ । ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ପ୍ରିୟଙ୍କା ପ୍ରାୟ ସମୟରେ ନିଜ ଲାଇଫ୍ ବିଷୟରେ ଅପଡେଟ୍ ସେୟାର କରିଥାନ୍ତି । ଏବେ ପ୍ରିୟଙ୍କା ଭାରତ ଆସିଛନ୍ତି । ବିଭିନ୍ନ ଇଭେଣ୍ଟରେ ଭାଗ ନେବା ପରେ ଆଜି ସେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ସମୟରେ ତାଙ୍କ ପୁରା ପରିବାର ତାଙ୍କ ସହ ଅଛନ୍ତି । ପତି ନିକ୍ ଜୋନସ୍ ଓ କନ୍ୟା ମାଳତୀ ମେରୀକୁ ଧରି ପ୍ରିୟଙ୍କା ରାମ ନଗରୀରେ ପହଞ୍ଚିଛନ୍ତି ।

ପ୍ରିୟଙ୍କାଙ୍କୁ ଆଜି ଅଯୋଧ୍ୟା ବିମାନ ବନ୍ଦରରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ସେ ପାରମ୍ପାରିକ ପରିଧାନରେ ନଜର ଆସିଥିଲେ । ସେ ଏକ ହଳଦୀ ରଙ୍ଗର ଶାଢୀ ପିନ୍ଧିଥିଲେ । କୋଳରେ ଝିଅକୁ ଧରି ପ୍ରିୟଙ୍କା ଗାଡିରେ ବସିଥିଲେ । ସେହିପରି ନିକ୍ ଜୋନସ୍ ବି ଭାରତୀୟ ବେଶ ପୋଷାକରେ ନଜର ଆସିଛନ୍ତି । ପ୍ରିୟଙ୍କାଙ୍କ ସହ ତାଙ୍କ ମା’ ବି ନଜର ଆସିଛନ୍ତି ।
ତେବେ ପ୍ରିୟଙ୍କାଙ୍କ ଏହି ଅନ୍ଦାଜ ପ୍ରଥମ ଥର ଦେଖିବାକୁ ମିଳିନାହିଁ । ପୂର୍ବରୁ ମଧ୍ୟ ସେ ଏହିପରି ଭାରତୀୟ ରୀତିନୀତି ପାଳନ କରି ଫ୍ୟାନ୍ସଙ୍କ ମନ କିଣିଛନ୍ତି । ସେ ସମସ୍ତ ହିନ୍ଦୁ ପର୍ବ ଧୁମଧାମରେ ପାଳନ କରିଥାନ୍ତି । ବିଦେଶରେ ରହି ବି ସେ ନିଜ ସଂସ୍କୃତି ଓ ପରମ୍ପରା ଠାରୁ ଦୁରେଇ ଯାଇନାହାନ୍ତି ।

Get real time updates directly on you device, subscribe now.