fbpx

(Video) ଆଶ୍ଚର୍ଯ୍ୟ, ମାଛ ଖାଇଦେଲା ୨୦ ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲ!… ୩୦ ଫୁଟ ମାଛକୁ ଦେଖି ଉଡ଼ିଗଲା ହୋସ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଛ ପେଟରେ ପ୍ଲାଷ୍ଟିକ୍ ବୋତଲ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ ମାଛ ପେଟରେ ୨୦ ହଜାର ପ୍ଲାଷ୍ଟିକ ବୋତଲ କିପରି ରହିପାରିବ ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ପ୍ରକୃତ କଥା ହେଉଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରୁ ଆସିଛି ଏଭଳି ଏକ ନିଆରା ଖବର ।

ପ୍ରକୃତ କଥା ହେଉଛି ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଉଦ୍ଦେଶ୍ୟରେ ବ୍ରହ୍ମପୁରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ଏହି ଶିକ୍ଷାନୁଷ୍ଠାନ । ଏବେ ବୋତଲ ଖିଆ ମାଛ ପ୍ରସ୍ତୁତ କରି ଛୁଇଁଛି ଆଉ ଏକ ମାଇଲଖୁଣ୍ଟ । ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଏବଂ ୧୦୦ କିଲୋ ଓଜନର ଏକ ମାଛ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଅନୁଷ୍ଠାନର ଶିକ୍ଷକ ।

ଏଥିପାଇଁ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ । ଫିଟର, ଏଗ୍ରିକଲଚର ମେସିନାରୀ, ପେଣ୍ଟର, ଇଲେକ୍ଟ୍ରିସିଆନ ପ୍ରମୁଖ ବିଭାଗର ଛାତ୍ରଛାତ୍ରୀମାନେ ୨୦ ହଜାର ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରି ଏଭଳି ଏକ ବିରାଟକାୟ ମାଛକୁ ପ୍ରସ୍ତୁତ କରିଛନ୍ତି । ଏହି ମାଛକୁ ପ୍ରସ୍ତୁତ କରିବା ପାଇଁ ୧୫ ରୁ ୨୦ ଦିନ ସମୟ ଲାଗିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଅନୁଷ୍ଠାନର ଛାତ୍ରୀନିବାସ ପରିସର ରାସ୍ତା କଡ଼ରେ ଅବସ୍ଥାପିତ ହୋଇଛି ଏହି ମାଛର ପ୍ରତିକୃତି । ଏହା ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେମାନଙ୍କର ଆଶା ରହିଛି ।

Get real time updates directly on you device, subscribe now.