fbpx

୫୮ ବର୍ଷରେ ସିଦ୍ଧୁ ମୁସେୱାଲାଙ୍କ ମା’ କିପରି ଦେଲେ ସନ୍ତାନ ଜନ୍ମ, କେନ୍ଦ୍ର ସରକାର ପଠାଇଲେ ନୋଟିସ୍

ନୂଆଦିଲ୍ଲୀ:ପଞ୍ଜାବୀ ଗାୟକ ସ୍ୱର୍ଗତଃ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଗତ ୨ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବହୁ ଲୋକ ଚକିତ ହୋଇ ଯାଇଥିଲେ । ବାସ୍ତବରେ ମୁସେୱାଲାଙ୍କ ମା’ ଆଇଭିଏଫ୍ ଟେକନିକ୍‌ରେ ଗର୍ଭବତୀ ହୋଇଥିଲେ । ତେବେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କ ଠାରୁ ଆଇଭିଏଫ୍ ଟେକନିକରେ ଜନ୍ମ ନେଇଥିବା ଶିଶୁଙ୍କ ଉପରେ ଆଇନ ସଂପର୍କିତ ରିପୋର୍ଟ ମାଗିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଲେଖିଥିବା ଚିଠିରେ କହିଛି ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା(ଏଆର୍‌ଟି) ନିୟମାବଳୀ ଅଧିନିୟମ ୨୦୨୧ର ଧାରା ୨୧(ଜି) ଆଧାରରେ ଏଆରଟି ସେବା ଲାଗି ମହିଳାଙ୍କ ବୟସ ୨୧ରୁ ୫୦ ବର୍ଷ ରହିଛି । ତେଣୁ ଆପଣଙ୍କୁ ଅନୁରୋଧ କି ଆପଣ ଏହି ମାମଲାକୁ ଦେଖନ୍ତୁ ଓ ଏଆରଟି ଅଧିନିୟମ ୨୦୨୧ ଅନୁସାରେ ଏହି ମାମଲାରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଭାଗକୁ ଦିଅନ୍ତୁ ।

ଏଠାରେ ସୂଚାଇ ଦିଆଯାଇପାରେ କି ସିଦ୍ଧୁ ମୁସେୱାଲାଙ୍କ ପ୍ରକୃତ ନାମ ଶୁଭଦୀପ ସିଂହ ସିଦ୍ଧୁ ଥିଲା । ତାଙ୍କ ହତ୍ୟାର ୨ ବର୍ଷ ପରେ ତାଙ୍କ ମା’ ଚରଣ କୌର ୧୮ ମାର୍ଚ୍ଚରେ ଏକ ଶିଶୁ ଜନ୍ମ ଦେଇଛନ୍ତି । ମୁସେୱାଲାଙ୍କ ପିତା ବଲକୌର ସିଂହଙ୍କ ଦ୍ୱାରା ରବିବାର ଇନଷ୍ଟାଗ୍ରାମରେ ଅପଲୋଡ୍ କରାଯାଇଥିବା ଏକ ଭିଡିଓରେ ଡାକ୍ତର ଶିଶୁକୁ ଦୁନିଆକୁ ସ୍ୱାଗତ କରୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.