fbpx

ଶୀଘ୍ର ନିଷ୍ପତ୍ତି ଦେବାରୁ ହାଇକୋର୍ଟ ନିଲମ୍ବିତ କରି ଦେଲେ, ଜଜଙ୍କ ଆବେଦନ ଉପରେ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କିଛି ମାମଲାରେ ଶୀଘ୍ର ନିଷ୍ପତ୍ତି ଶୁଣାଇବାରୁ ପାଟନା ହାଇକୋର୍ଟ ଜଜଙ୍କୁ ନିଲମ୍ବିତ କରିଛନ୍ତି। ଆଉ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ନିଲମ୍ବିତ ଜଜ୍। ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସହମତି ପ୍ରଦାନ କରିଛନ୍ତି। ଜଜ ଦାବି କରିଛନ୍ତି ଯେ, ପୋକ୍ସୋର ଏକ ମାମଲା ସମେତ କିଛି ମାମଲାରେ ସେ ଶୀଘ୍ର ନିଷ୍ପତ୍ତି ଶୁଣାଇବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ବିହାରର ଅରରିଆରେ ଅତିରିକ୍ତ ଜିଲ୍ଲା ଏବଂ ସେସନ ବିଚାରପତି ଶଶିକାନ୍ତ ରାୟଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟର ବିଚାରପତି ୟୁୟୁ ଲଳିତ ଏବଂ ଏସଆର ଭଟ୍ଟଙ୍କ ପୀଠ ବିହାର ସରକାର ସମେତ ଅନ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି। ରାୟ ନିଜ ଯାଚିକାରେ କହିଛନ୍ତି, ତାଙ୍କ ବିରୋଧରେ ଏକ ସଂସ୍ଥା ଅସନ୍ତୁଷ୍ଟ ଅଛି ଏବଂ ଉଦ୍ଦେଶ୍ୟମୂଳକ ଭାବେ କାମ କରୁଛି। କାରଣ ସେ ଛଅ ବର୍ଷର ଏକ ଝିଅ ସହ ଦୁଷ୍କର୍ମ ସଂପର୍କିତ ପୋକ୍ସୋ ଆକ୍ଟରେ ଶୁଣାଣି ଗୋଟିଏ ଦିନରେ ପୂରା କରିଥିଲେ।

ଅନ୍ୟ ଏକ ମାମଲାରେ ଦୋଷୀକୁ ଚାରି ଦିନରେ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ମୋର ନିଷ୍ପତ୍ତି ବ୍ୟାପକ ଭାବେ ଖବରରେ ଛାଇ ରହିଲା ଏବଂ ସରକାର ସହ ଜନତାଙ୍କଠୁ ପ୍ରଶଂସା ମିଳିଲା। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଗ୍ରହଣ କରି ସରକାରଙ୍କୁ ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ ନୋଟିସ୍ ଜାରି କରିଛନ୍ତି।

ପୀଠ ଶୁଣାଣି ସମୟରେ କହିଛନ୍ତି ସୁପ୍ରିମକୋର୍ଟ ଅନେକ ନିଷ୍ପତ୍ତିରେ ସଜା ସେହି ଦିନ ଶୁଣାଏ ନାହିଁ ଯେଉଁ ଦିନ ଶୁଣାଣି ପୂରା ହୋଇଥିବ। ଯଦି ଏମିତି ହୁଏ ତେବେ ନ୍ୟାୟ ପ୍ରତି ଏହା ଉପହାସ ହେବ। ଆପଣ ସେହି ବ୍ୟକ୍ତିଙ୍କୁ ପର‌୍ୟ୍ୟାପ୍ତ ନୋଟିସ୍, ପର‌୍ୟ୍ୟାପ୍ତ ସମୟ ବି ଦେଉ ନାହାନ୍ତି, ଯାହାକୁ ମୃତ୍ୟୁ ଦଣ୍ଡ ମିଳିବାର ଅଛି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ହାଜର ହୋଇଛନ୍ତି।

 

Get real time updates directly on you device, subscribe now.