ପୁଣି FDର ସୁଧହାରକୁ ହ୍ରାସ କଲା HDFC Bank, ଚେକ୍ କରନ୍ତୁ କେତେ ମିଳିବ ଲାଭ

ଏଚଡିଏଫସି ବ୍ୟାଙ୍କ ନିଜର ଏଫଡି ସୁଧହାର କଲା ହ୍ରାସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆରବିଆଇ ରେପୋ ରେଟ ହ୍ରାସ କରିବା ପରେ ଦେଶର ଅନେକ ବ୍ୟାଙ୍କ ନିଜର ଏଫଡି ସୁଧ ହାର କମାଇବାରେ ଲାଗିଛନ୍ତି। ଅନେକ ବ୍ୟାଙ୍କ ଏବେ ବି ନିିଜର ଏଫଡି ସୁଧ ହାରରେ ସଂଶୋଧନ କରିବା ଜାରି ରଖିଛନ୍ତି। ତେବେ ବର୍ତ୍ତମାନ ଏଚଡିଏଫସି ବ୍ୟାଙ୍କ ନିଜର କିଛି ଏଫଡି ସ୍କିମର ସୁଧ ହାର ହ୍ରାସ କରିଛି।

ଏଚଡିଏଫସି ବ୍ୟାଙ୍କ ସୁଧ ଦରରେ ୨୦ ବେସିସ ପଏଣ୍ଟସ ଅର୍ଥାତ ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର କମାଇଛି। ଏଚଡିଏଫସି ୩ କୋଟି ଟଙ୍କାରୁ କମ ଏଫଡି ପାଇଁ ଏହି ପରିବର୍ତ୍ତନ କରିଛି।

ବ୍ୟାଙ୍କ ଏହି ନୂଆ ସୁଧ ଦର ୨୩ ମେ, ୨୦୨୫ରୁ ଲାଗୁ କରିଛି। ଏହା ପୂର୍ବରୁ ଏଚଡିଏଫସି ବ୍ୟାଙ୍କ ଅପ୍ରେଲ ୨୦୨୫ରେ ମଧ୍ୟ ଏଫଡି ଦରରେ ୫୦ ବେସିସ ପଏଣ୍ଟସର ହ୍ରାସ କରିଥିଲା।

ଏଫଡି ସୁଧ ଦରରେ ହ୍ରାସ ପରେ, ବର୍ତ୍ତମାନ ସାଧାରଣ ନାଗରିକଙ୍କୁ ଏଫଡି ଉପରେ ୩% ରୁ ୬.୮୫% ପର୍ଯ୍ୟନ୍ତ ସୁଧ ମିଳିବ। ବରିଷ୍ଠ ନାଗରିକଙ୍କୁ ୩.୫% ରୁ ୭.୩୫% ପର୍ଯ୍ୟନ୍ତ ସୁଧ ଦିଆଯିବ।

ଏଚଡିଏଫସି ବ୍ୟାଙ୍କ ସମସ୍ତ ଅବଧିର ଏଫଡି ଉପରେ ସୁଧ ଦର ପରିବର୍ତ୍ତନ କରିନାହିଁ। କିଛି ଖାସ ଅବଧିର ଏଫଡି ପାଇଁ କରିଛି।

ଏଚଡିଏଫସି ବ୍ୟାଙ୍କ ୧ ବର୍ଷରୁ ଅଧିକ ଏବଂ ୧୫ ମାସରୁ କମ ଅବଧିର ଏଫଡି ଉପରେ ସାଧାରଣ ନାଗରିକମାନଙ୍କୁ ଦିଆଯାଉଥିବା ସୁଧ ଦରରେ ୦.୧୦ ପ୍ରତିଶତର ହ୍ରାସ କରିଛି।

ବର୍ତ୍ତମାନ ଏହି ଅବଧିର ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୬.୫୦ ପ୍ରତିଶତର ସୁଧ ମିଳିବ।