fbpx

ଜୁନ ୭ରୁ ଲାଗୁହେଲା ନୂଆ ନିୟମ: କୋଟି କୋଟି ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏଣିକି ଗଣିବାକୁ ପଡ଼ିବ ଅଧିକ ଅର୍ଥ

Advertisement

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ତା’ର କୋଟି କୋଟି ଗ୍ରାହକଙ୍କୁ ଏହି ଝଟକା ଦେଇଛି । ଫଳରେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି ।

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସଡ ଲେଣ୍ଡିଂ ରେଟସ (ଏମସିଏଲଆର)ରେ ୧୫ ବେସିସ ପଏଣ୍ଟ ବୃଦ୍ଧି ଘୋଷଣା କରାଯାଇଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି । ଏହି ନୂଆ ନିୟମ ଚଳିତ ମାସ ୭ ତାରିଖଠାରୁ ଲାଗୁ କରାଯାଇଛି । ଫଳରେ ଏବେ ବ୍ୟାଙ୍କର ଏମସିଏଲଅର ୮.୧୦ ପ୍ରତିଶତରେ ପହଞ୍ଚି ଯାଇଛି । ଗୋଟିଏ ମାସ ମଧ୍ୟରେ ବ୍ୟାଙ୍କର ଏମସିଏଲଆର ୧୦ ବେସିସ ପଏଣ୍ଟ ବଢ଼ି ୮.୨୦ ପ୍ରତିଶତ ହୋଇଯାଇଛି ।

ଏହାପୂର୍ବରୁ ବ୍ୟାଙ୍କ ପକ୍ଷରୁ କିଛି ଅବଧି ପାଇଁ ଏମସିଏଲଆର ରେଟ ୧୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇଥିଲା । ତେବେ ବ୍ୟାଙ୍କ ବୃଦ୍ଧି କରାଯାଇଥିବା ଏହି ଏମସିଏଲଆରର ପ୍ରଭାବ ହୋମ ଲୋନ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ଏହାର ପ୍ରଭାବ କେବଳ ପର୍ସନାଲ ଲୋନ ଓ ଅଟୋ ଲୋନଧାରୀଙ୍କ ଉପରେ ପଡ଼ିବ । ତେବେ ଆଗାମୀ ଦିନରେ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏମସିଏଲଆର ବୃଦ୍ଧି କରିପାରନ୍ତି ।

Get real time updates directly on you device, subscribe now.