fbpx

ବିଶେଷ ଜମା ଉପରେ ବମ୍ପର ସୁଧ ଦେଉଛି ଏଚଡିଏଫସି ବ୍ୟାଙ୍କ, ୫୫ ମାସ ନିବେଶ କଲେ ହୋଇଯିବେ ମାଲାମାଲ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବଡ ଘରୋଇ ବ୍ୟାଙ୍କ ଏଚଡିଏଫସି ସୀମିତ ସମୟ ଲାଗି ଦୁଇ ଗୋଟି ଫିକ୍ସଡ ଡିପୋଜିଟ୍ ସ୍କିମ୍ ଆରମ୍ଭ କରିଛି । ବ୍ୟାଙ୍କ ୩୫ ମାସ ଓ ୫୫ ମାସ ଅବଧି ଲାଗି ଦୁଇଟି ଏଫ୍ ଡି ପ୍ଲାନ୍ ଲଞ୍ଚ କରିଥିଲା ଯେଉଁଥିରେ ୨୯ ମେ ୨୦୨୩ରୁ ଗ୍ରାହକ ନିବେଶ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଦୁଇ ଅବଧିର ଫିକ୍ସ ଡିପୋଜିଟ୍ ଉପରେ ବ୍ୟାଙ୍କ ୭ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରୁଛି । ଏହା ସହିତ ବରିଷ୍ଠ ନାଗରିକଙ୍କ ନିବେଶ ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ତେବେ ଏହି ଏଫଡି ସ୍କିମ୍ ସୀମିତ ସମୟ ପର୍ଯ୍ୟନ୍ତ ନିବେଶ ଲାଗି ଖୋଲାଯାଇଛି ।

ବ୍ୟାଙ୍କର ସୂଚନା ଅନୁଯାୟୀ ୩୫ ମାସ କିମ୍ବା ୨ ବର୍ଷ ୧୧ ମାସ ଅବଧି ବିଶିଷ୍ଟ ସ୍ପେସିଆଲ୍ ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ଉପରେ ନିବେଶ କରୁଥିବା ଗ୍ରାହକଙ୍କୁ ବ୍ୟାଙ୍କ ୭.୨୦ ପ୍ରତିଶତ ସୁଧ ପ୍ରଦାନ କରିବ । ସେହିପରି ୫୫ ମାସ ଅର୍ଥାତ୍ ୪ ବର୍ଷ ୭ ମାସ ଅବଧି ବିଶିଷ୍ଟ ସ୍ପେସିଆଲ୍ ଏଫଡି ଉପରେ ବ୍ୟାଙ୍କ ୭.୨୫ ପ୍ର୍ତିଶତ ହାରରେ ସୁଧ ପ୍ରଦାନ କରିବ । ଏଚଡିଏଫସି ଏହାର ଅନ୍ୟ ଅବଧି ଫିକ୍ସଡ୍ ଡିପୋଜିଟ୍ ଉପରେ ୩ ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ତେବେ ୭.୨୫ ପ୍ରତିଶତ ସର୍ବାଧିକ ସୁଧ ୪ ବର୍ଷ ୭ ମାସରୁ ୧୦ ବର୍ଷ ର ଅବଧି ବିଶିଷ୍ଟ ଏଫଡି ଉପରେ ମିଳୁଛି ।

Get real time updates directly on you device, subscribe now.