fbpx

ଗର୍ଭବତୀ ମହିଳାମାନେ ସୁନ୍ଦରକାଣ୍ଡ ପାଠ କର : ତେଳେଙ୍ଗାନା ରାଜ୍ୟାପାଳଙ୍କ ପରାମର୍ଶ

ନୂଆଦିଲ୍ଲୀ : ଗର୍ଭବତୀ ମହିଳାଙ୍କ ପାଇଁ ତେଲେଙ୍ଗାନାର ରାଜ୍ୟପାଳ ପରାମର୍ଶ ଦେଇଛନ୍ତିି । ସେ କହିଛନ୍ତି ଯେ, ଯଦି ମାନସିକ ତଥା ଶାରୀରିକ ସୁସ୍ଥ ଶିଶୁକୁ ଜନ୍ମ ଦେବା ପାଇଁ ଚାହୁଁଛ, ତେବେ ଗର୍ଭବତୀ ମହିଳାମାନେ ରାମାୟଣର ’ସୁନ୍ଦରକାଣ୍ଡ’ ପାଠ କର । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହ ଜଡିତ ‘ଗର୍ଭ ସଂସ୍କର’ କାର୍ଯ୍ୟକ୍ରମରେ ଉଦଘାଟନ ସମାରୋହରେ ତେଲେଙ୍ଗାନାର ରାଜ୍ୟପାଳ ତମିଲିସାଇ ସୌନ୍ଦରାଜନ୍ ଏହି ପରାମର୍ଶ ଦେଇଛନ୍ତି । ସେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଭ୍ରୁଣ ବିଶେଷଜ୍ଞ ମଧ୍ୟ ଅଟନ୍ତି ।

ଏହି ‘ଗର୍ଭ ସଂସ୍କର’ କାର୍ଯ୍ୟକ୍ରମ ମାଧ୍ୟମରେ ବୈଜ୍ଞାନିକ ଏବଂ ପାରମ୍ପାରିକ ବିଷୟରେ କୁହାଯାଇଥିଲା । ରାମାୟଣର ‘ସୁନ୍ଦରକାଣ୍ଡ’ ପାଠ କରାଯିବାକୁ କୁହଯାଇଥିଲା । ଅନ୍ଲାଲାଇନ୍ ରେ ରିଲିଜ୍ ହୋଇଥିବା ‘ଗର୍ଭ ସଂସ୍କୃତ’ ମଡ୍ୟୁଲ୍ ଅନୁଯାୟୀ, ଗର୍ଭଧାରଣ ସମୟରେ ଭଗବଦ୍ ଗୀତା ପାଠ କରିବା, ସଂସ୍କୃତ ମନ୍ତ୍ର ଜପ କରିବା ଏବଂ ଯୋଗ ଅଭ୍ୟାସ କରିବାକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ଧାର୍ମିକ ଗ୍ରନ୍ଥଗୁଡ଼ିକ ମଧ୍ୟ ପଢିବାକୁ ପରାମର୍ଶ ଦିଆଯାଇଛି । ଏହି ପ୍ରକ୍ରିୟା ଗର୍ଭ ଧାରଣ ପୂର୍ବରୁ ଆରମ୍ଭ ହୋଇ ପ୍ରସବ ପର୍ଯ୍ୟାୟ ପର୍ଯ୍ୟନ୍ତ ଏବଂ ପିଲାଟି ଦୁଇ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଚାଲିବ ଉଚିତ୍ ।ଯାହା ଫଳରେ ସେମାନେ ସଂସ୍କାରୀ ଓ ଦେଶପ୍ରେମୀ ସନ୍ତାନ ଜନ୍ମ ଦେଇ ପାରିବେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମାର୍ଗଦର୍ଶନ ଦିଆଯିବ । ରାଜ୍ୟପାଳ ସୌନ୍ଦରାଜନ୍ କହିଛନ୍ତି ଯେ , ଗାଁରେ ଆମେ ଗର୍ଭବତୀ ମହିଳାମାନଙ୍କୁ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ଉପନ୍ୟାସ ସହିତ ଭଲ କାହାଣୀ ପଢିବାକୁ ଥିବାର ଦେଖିଛ । ବିଶେଷକରି ତାମିଲନାଡୁରେ ଏକ ବିଶ୍ୱାସ ରହିଛି ଯେ ଗର୍ଭବତୀ ମହିଳାମାନେ ରାମାୟଣର ସୁନ୍ଦରକଣ୍ଡ ପାଠ କରିବା ଉଚିତ୍ । ଗର୍ଭବତୀ ସମୟରେ ସୁନ୍ଦରକଣ୍ଡ ପାଠ କରିବା ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ବହୁତ ଭଲ ହେବ ବୋଲି ରାଜ୍ୟପାଳ କହିଛନ୍ତି । ସୁନ୍ଦରକଣ୍ଡ ହେଉଛି ରାମାୟଣର ଏକ ଅଧ୍ୟାୟ ।

Get real time updates directly on you device, subscribe now.