fbpx

କାଶୀକୁ ଜ୍ଞାନ ଓ ସଂସ୍କୃତିର କେନ୍ଦ୍ର କହିଲେ ପ୍ରଧାନମନ୍ତ୍ରୀ, ଗ୍ଲୋବାଲ ସାଉଥର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ନୂଆଦିଲ୍ଲୀ : ଶତାବ୍ଦୀ ଶତାବ୍ଦୀ ଧରି କାଶୀଙ୍କୁ ଜ୍ଞାନ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର କେନ୍ଦ୍ର ଭାବରେ ବର୍ଣ୍ଣନା କରି ଯାଇଛି । ଏଠାରେ ଭାରତର ବିବିଧ ଐତିହ୍ୟର ମହତ୍ତ୍ୱ ରହିଛି । ଜି-୨୦ ବୈଠକରେ ଏଭଳି କିଛି ମନ୍ତବ୍ୟ ରଖି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପିଏମ ମୋଦୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଜି -୨୦ ବିକାଶ ଏଜେଣ୍ଡା ବର୍ତ୍ତମାନ କାଶୀରେ ପହଞ୍ଚିଛି । ଗ୍ଲୋବାଲ ସାଉଥ ପାଇଁ ବିକାଶ ଏକ ପ୍ରମୁଖ ପ୍ରସଙ୍ଗ । କୋଭିଡ୍ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାଘାତ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ କାଶୀ । ଭୌଗୋଳିକ ରାଜନୈତିକ ତିକ୍ତତା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଦେଖାଦେଇଛି । ଏପରି ପରିସ୍ଥିତିରେ ଯେଉଁ ନିଷ୍ପତ୍ତି ନିଆଯାଏ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଇଜେସନ୍ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ସହଭାଗୀ ଦେଶମାନଙ୍କ ସହ ଭାରତ ନିଜର ଅଭିଜ୍ଞତା ବାଣ୍ଟିବାକୁ ଆଗ୍ରହୀ ଅଟେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ମହିଳା ଶକ୍ତି ବିଷୟରେ ମଧ୍ୟ କହିଛନ୍ତି ଯେ ଭାରତରେ ଆମେ କେବଳ ମହିଳା ସଶକ୍ତିକରଣରେ ସୀମିତ ନୁହଁ, ମହିଳାମାନେ ବିକାଶର ନେତୃତ୍ୱ ନେଉଛନ୍ତି । ମହିଳାମାନେ ବିକାଶ ପାଇଁ ଏଜେଣ୍ଡା ସ୍ଥିର କରୁଛନ୍ତି ଏବଂ ଅଭିବୃଦ୍ଧି ପରିବର୍ତ୍ତନର ଏଜେଣ୍ଟ ମଧ୍ୟ ଅଟନ୍ତି ।

Get real time updates directly on you device, subscribe now.