fbpx

ସେହି ସମୟରେ ଦେଶରେ ମଜବୁତ ନେତୃତ୍ଵ ଥିଲେ ଭାରତ ୧୯୬୨ ଲଢେଇ ହାରିନଥାନ୍ତା: ରାଜ୍ୟପାଳ

ନୂଆଦିଲ୍ଲୀ : ଭାରତକୁ ୧୯୬୨ ଲଢେଇରେ ଚୀନ ହାତରୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହା ସାପ ଦଂଶିବା ଭଳି ବେଳେ ବେଳେ ସାମ୍ନାକୁ ଚାଲି ଆସୁଛି। ଏବେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ତଥା ପୂର୍ବତନ ବ୍ରିଗେଡିୟର ବିଡି ମିଶ୍ର କହିଛନ୍ତି, ଯଦି ସେହି ସମୟରେ ଦେଶରେ ମଜବୁତ ନେତୃତ୍ଵ ଥାଆନ୍ତା ତେବେ ଦେଶ ହାରି ନଥାନ୍ତା। ଅବସର ପ୍ରାପ୍ତ ବ୍ରିଗେଡିୟର ମିଶ୍ର ଶନିବାର ସେନାର ଯବାନଙ୍କୁ ସୀମାରେ କୌଣସି ପ୍ରକାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ କରିଛନ୍ତି।

ଅରୁଣାଚଳ ପ୍ରଦେଶରେ ଚାଙ୍ଗଲାଙ୍ଗ ଜିଲ୍ଲା ସ୍ଥିତ ସେନାର ରାଷ୍ଟ୍ରଦୂତ ରେଜିମେଣ୍ଟର ୧୪ତମ ବାଟାଲିୟନରେ ସୈନିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ ମିଶ୍ର ଏହି କଥା କହିଛନ୍ତି। ରାଜଭବନ ଦ୍ଵାରା ଜାରି ବିବୃତି ଅନୁଯାୟୀ, ରାଜ୍ୟପାଳ କହିଛନ୍ତି, ଦେଶକୁ ନିଜର ରକ୍ଷା ପାଇଁ କୌଣସିରେ ଅଭାବ ରଖିବା ଉଚିତ୍ ନୁହେଁ।

ରାଜ୍ୟପାଳ ବିଡି ମିଶ୍ର କହିଛନ୍ତି, ଏବେ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିଛି। ଭାରତୀୟ ସେନା ଦୁନିଆର ଶକ୍ତିଶାଳୀ ସେନା ମଧ୍ୟରୁ ଏକ। ହେଲେ ଆମକୁ ନିଜ ସୈନ୍ୟ ଶକ୍ତିରେ କେବେ ବି ଅଭାବ ରଖିବା ଉଚିତ୍ ନୁହେଁ। ପ୍ରତ୍ୟେକ ଯବାନଙ୍କୁ ଆମ ସୀମାରେ କୌଣସି ପ୍ରକାରର ଆକସ୍ମିକ ସ୍ଥିତିର ମୁକାବିଲା ପାଇଁ ଅବଶ୍ୟ ପ୍ରସ୍ତୁତ ରହିବା ଉଚିତ୍ ବୋଲି ବିଡି ମିଶ୍ର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ସେନାର ଯବାନଙ୍କ ଉନ୍ନତି ପାଇଁ ସର୍ବଦା ଚିନ୍ତିତ ଥାଆନ୍ତି। ସୁରକ୍ଷାବଳକୁ ନେଇ ସରକାରଙ୍କ ଆଭିମୁଖ୍ୟରେ ବଡ ପରିବର୍ତ୍ତନ ଆସିଛି। ଏବେ ଶୀର୍ଷ ରାଜନୈତିକ ନେତୃତ୍ଵ ସୁରକ୍ଷାବଳଙ୍କ କଲ୍ୟାଣ ପାଇଁ ବହୁତ ବିଚାର କରୁଥିବା ରାଜ୍ୟପାଳ କହିଛନ୍ତି।

Get real time updates directly on you device, subscribe now.