ରସିକିଆ ଅଧ୍ୟକ୍ଷ, ବାହାଘର ପ୍ରତିଶୃତି ଦେଇ ମହିଳାଙ୍କ ସହ ରଖିଥିଲା ଶାରିରୀକ ସମ୍ପର୍କ
ପ୍ରେମ ପ୍ରତାରଣା। ଲଭ୍-ସେକ୍ସ-ଧୋକା। ଗିରଫ ହେଲା ରସିକିଆ କଲେଜ୍ ଅଧ୍ୟକ୍ଷ।
କୁଚିଣ୍ଡା: ରସିକିଆ କଲେଜ୍ ଅଧ୍ୟକ୍ଷ। ମହିଳାଙ୍କୁ ଦେଇଥିଲେ ମିଛ ପ୍ରତିଶୃତି। ଆଉ କରିଥିଲେ ଲଭ୍-ସେକ୍ସ-ଧୋକା। ହେଲେ ଏହି ଲଭ୍-ସେକ୍ସ-ଧୋକା କଲେଜ୍ ଅଧ୍ୟକ୍ଷଙ୍କୁ ମହଙ୍ଗା ପଡିଗଲା।
ଏବେ ସିଧା ଜେଲରେ ଚକି ପଶିବେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏବେ ରସିକିଆସ କଲେଜ୍ ଅଧ୍ୟକ୍ଷଙ୍କୁ ଗିରଫ କରିଛି। ଘଟଣାଟି ହେଉଛି କୁଚିଣ୍ଡା ମହୁଲପାଲି ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଥିବା ଏକ କଲେଜରେ କାର୍ଯ୍ୟରତ ଥିଲେ ଅଭିଯୁକ୍ତ।
ଦୀର୍ଘ ଦିନ ହେବ ମହିଳାଙ୍କୁ ବାହା ହବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ରସିକିଆ ଅଧ୍ୟକ୍ଷ। ହେଲେ ଏବେ ଧୋକା ଦେବାକୁ ବସିଥିଲା। ହେଲେ ମହିଳା ଜଣକ ବି ଛାଡିବା ଝିଅ ନୁହଁ। ରସିକିଆ ଅଧ୍ୟକ୍ଷକୁ ସିଧା ମାମୁଁଘର ଦେଖାଇଦେଲା।