fbpx

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ସ୍ଥାନରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): ରାଜଧାନୀର କଟାମୁଣ୍ଡ ଘଟଣାର ଗୁମର ଧୀରେଧୀରେ ଖୋଲୁଛି । ଆଜି ରିମାଣ୍ଡର ଶେଷ ଦିନରେ ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରୁଛି । ପୋଲିସ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ପ୍ରମାଣ ଓ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ଫୁଲେଶ୍ୱରୀ ବସ୍ତିରୁ ଭରତପୁର, ହତ୍ୟାକାଣ୍ଡ ଭିଆଇଥିବା ସ୍ଥାନ ଆଦିରେ ଅଭିଯୁକ୍ତ ସିନ୍ ରିକ୍ରିଏସନ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁ ହତ୍ୟାକାଣ୍ଡ ଘଟାଇବା ପରେ ମୃତଦେହ ଫିଙ୍ଗିବାକୁ ଦୁଇଘଣ୍ଟା କାଳ ଇଆଡ଼େ ସିଆଡ଼େ ବୁଲିଥିଲେ । ବିବାହ ବିବାଦକୁ ନେଇ ସଞ୍ଚୟ ପୁଷ୍ପଲତାଙ୍କୁ ହତ୍ୟା କରିଥିଲେ । ପୁଷ୍ପଲତାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଶରୀରରୁ ମୁଣ୍ଡ ଅଲଗା କରିଦେଇଥିଲେ । ତେବେ ପୁଷ୍ପଲତାଙ୍କୁ ହତ୍ୟା ପାଇଁ ବ୍ୟବହୃତ ଓଢ଼ଣିକୁ ପୋଲିସ ଜବତ କରିଛି । ଘଟଣା ଦିନ ଅଭିଯୁକ୍ତମାନଙ୍କର କାର୍ଯ୍ୟକଳାପ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଛି ସାଇଣ୍ଟିଫିକ୍ ଟିମ୍ ।

Get real time updates directly on you device, subscribe now.