fbpx

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଭରତପୁର-ଚନ୍ଦକା ନିକଟ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ରାସ୍ତା କଡ଼ରେ ସ୍ଥାନୀୟଲୋକ ଯିବା ସମୟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ପୋଲିସ ଖବର ଦିଆଯାଇଥିଲା । ତେବେ ମୃତଦେହ ନିକଟରେ ମହିଳାଙ୍କ ବସ୍ତ୍ର ଓ ବେଡ଼୍ ସିଟ ପଡିଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.