Breaking: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରି ଫୋପାଡିଦେଲେ, ଗ୍ୟାରେଜ ଘରୁ ମୃତଦେହ ଠାବ

କେଉଁ ପରିସ୍ଥିତିରେ ହେଲା ମୃତ୍ୟୁ। ଗ୍ୟାରେଜ ଘରେ କ'ଣ କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ପରିବାର ଲୋକେ ଆଣିଲେ ସୁଚିନ୍ତିତ ହତ୍ୟା ଅଭିଯୋଗ।

 କାମାକ୍ଷାନଗର: ଦିନକୁ ଦିନ ବଢ଼ିବାରେ ଲାଗିଛି ହତ୍ୟାକାଣ୍ଡ ଘଟଣା। କେତେବେଳେ ବାପା ପୁଅକୁ ମାରିଦେଲାଣି। ତ ଆଉ କେତେବେଳେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଦେଲାଣି। ଆଉ ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସୁଛି କି ଯାହାର ସନ୍ଧାନ ବି ପାଉନି ପୋଲିସ।

ଠିକ୍ ସେହିପରି ଏବେ ପୁଣି ଏକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଠାବ ହୋଇଛି। ତା ପୁଣି ଏକ ଗ୍ୟାରେଜ ଘରୁ। ଯାହାକୁ ନେଇ ପରିବାର ଲୋକ ସୁକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ଘଟଣା ଘଟିଛି କାମାକ୍ଷାନଗର ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଗ୍ୟାରେଜ୍ ଭିତରକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ ଦେହ ଆସିଲା କିପରି ।

କେଉଁ ପରିସ୍ଥିତିରେ ତାଙ୍କର ହତ୍ୟା ହୋଇଛି। କିପରି ହତ୍ୟା ହୋଇଛି। ହତ୍ୟାକାଣ୍ଡ କିଏ କରିଛି। ନାଁ ଏହି ହତ୍ୟା ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି। ତାହା ଏଯାଏଁ ଜଣା ପଡିନଥିବା ବେଳେ, ତଦନ୍ତ ଆରମ୍ଭ ହୋଇଛି।